Only for Entertainment

ରିଲିଜ ହେଲା ଓଡିଆ ରୋମାଣ୍ଟିକ କମେଡି ୱେବ ସିରିଜ ‘ଲଭ ରେସିପି’ର ଟ୍ରେଲର ।

you yube
0 63

ପବିତ୍ର ଗଣେଶ ପୂଜା ଅବସରରେ ରିଲିଜ ହୋଇଛି ଓଡ଼ିଆ ରୋମାଣ୍ଟିକ କମେଡି ୱେବ ସିରିଜ ‘ଲଭ ରେସିପି’ର ଟ୍ରେଲର । ଚେନ୍ନାଇର ‘ଆମରା ମ୍ୟୁଜିକ’ ଓ ଓଡ଼ିଶାର ‘ଥ୍ରୀଡି ୱିଜାଡ’ର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ଏହି ୱେବ ସିରିଜ । ଏହାର ପ୍ରଯୋଜକ ଅଛନ୍ତି ନବୀନ ଭଣ୍ଡାରି । କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଭଗବତ କର । ରୋମାଣ୍ଟିକ କମେଡିକୁ ନେଇ ଏହି ଫିଲ୍ମର କାହାଣୀ ଆଧାରିତ । ଏଥିରେ ଜଣେ ନାୟକଙ୍କ ସହ ତିନିଜଣ ନାୟିକାଙ୍କ ରୋମାନ୍ସ ଦେଖିବାକୁ ମିଳିବ, ଯାହାକି ଓଡ଼ିଆ ୱେବ ଦୁନିଆରେ ପ୍ରଥମ । ଫିଲ୍ମଟିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଜଣାଶୁଣା ଓଡ଼ିଆ ଟେଲିଭିଜନ ଆଙ୍କର କେପି, ଗୁଡି । ଅନ୍ୟ ଦୁଇଜଣ ଅଭିନେତ୍ରୀ ହେଲେ ବବଲୀ ଓ ମୀରା ।

ଏହାର ଗୀତ ରଚନା କରିଛନ୍ତି ବିଜୟ କୁମାର ମହାନ୍ତି ଓ ସମୀର । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ କୁମାର ସାମଲ । ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଯୁବକଣ୍ଠଶିଳ୍ପୀ ତାରିକ ଅଜିଜ, ସୋହିନୀ ମିଶ୍ର, ରୋଜାଲିନ ସାହୁ ଓ ଆଶୁତୋଷ ବେହେରା । ଗୀତଗୁଡିକୁ କୋରିଓଗ୍ରାଫି କରିଛନ୍ତି ସାଗରିକା ।

ୱେବ ସିରିଜର ସହ ନିର୍ଦ୍ଦେଶକ ଅଛନ୍ତି ଅମିତ କୁମାର ମହାନ୍ତି, ସୌମ୍ୟରଞ୍ଜନ ଦଳବେହେରା ଓ ଭାବନା ମାଥ୍ୟୁ । ପ୍ରଡକ୍ସନ ଡିଜାଇନର ଭାବେ କାର୍ଯ୍ୟ ତୁଲାଇଛନ୍ତି ସଂଗ୍ରାମ ମହାରଣା । ଏହି ୱେବ ସିରିଜକୁ ଦର୍ଶକ ୟୁଟ୍ୟୁବରେ ‘ଆମରା ମ୍ୟୁଜିକ’ ଚାନେଲରେ ଦେଖିପାରିବେ । ଧାରାବାହିକ କ୍ରମରେ ଏହା ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More