Only for Entertainment

୩ଟି ଭିନ୍ନ ରୂପରେ ନଜର ଆସିବେ ଏହି ଅଭିନେତା, ଏପରି ହେବାର କାରଣ ଜାଣନ୍ତୁ !

facebook
0 39

ଅନେକ ଦିନଧରି ଏକ ଓଡିଆ ସିନେମା ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳୁଛି। ଏହାର ସେନସର୍‌ କାମ ବି ସରିଛି। ସେ ଯାହା ହେଉନା କାହିଁକି ଏବେ ଏହା ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ଏହି ଓଡ଼ିଆ ଛବିର ନାଆଁ ହେଲା ‘ଦି ଗେଷ୍ଟ୍‍ ହାଉସ୍‌’ । ଏଥିରେ

ଓଲିଉଡ୍‌ର ବରିଷ୍ଠ ଚରିତ୍ର ଅଭିନେତା ଅସୀତ ପତିଙ୍କୁ ତିନି ତିନିଟି ଗେଟ୍‌ ଅପ୍‌ରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର କାହାଣୀ ଅନୁଯାୟୀ ଏଭଳି ଗେଟ୍‌ଅପ୍‌ ତାଙ୍କୁ ଦେବାକୁ ପଡିଛି । ଇଂ ବିଭୂତି ଭୂଷଣ ମହାପାତ୍ରଙ୍କ ପ୍ରଯୋଜନା ଓ ମାଧବ ଚନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନା ରେ ନିର୍ମିତ ଏହି ଛବି ରେ ପ୍ରଥମେ ଅସୀତ ନଜର ଆସିବେ ଏକ ଗେଷ୍ଟ୍‍ ହାଉସ୍‌ର କେୟାର୍‌ ଟେକର୍‌ ଭୂମିକାରେ । ଏହି ଚରିତ୍ରର ନାଆଁ ରଘୁ । ସେହି ଗେଷ୍ଟ୍‍ ହାଉସ୍‌ରେ ଏକ ଅଘଟଣ ଘଟେ ଏବଂ ତା’ପରେ ରଘୁ ସେହି ଗେଷ୍ଟହାଉସ୍‌ର କାମ ବୁଝାସୁଝା କରିବାକୁ ଆସିବାକୁ ଏକ ଭିନ୍ନ ଗେଟ୍‌ଅପ୍‌ରେ ଓ ନୂଆ ନାମରେ । କାରଣ ସେ ଚାହେଁ ତାକୁ ସେମିତି କେହି ଚିହ୍ନି ନ ପାରନ୍ତୁ । ତା’ର ଅସଲ ଉଦ୍ଦେଶ୍ୟ ହେଲା ପ୍ରତିଶୋଧ ।

ସେହି ପ୍ରତିଶୋଧ ନେବାପାଇଁ ରାତିରେ ସୁଟ୍‌ ପିନ୍ଧି ପୁଣି ନିଜର  ରୂପ ବଦଳାଇ ଏକ ନୂଆ ଗେଟ୍‌ ଅପ୍‌ରେ ବାହାରେ ରଘୁ । ତେବେ ସେ ପ୍ରତିଶୋଧ ନେବାରେ ସଫଳ ହୁଏ କି ନା ଏବଂ  କ’ଣ ଘଟେ ତା’ଜୀବନରେ ଯେ, ତା’କୁ ହିଂସ୍ରକ ହେବାକୁ ପଡେ, ତାହା ଜାଣିବାକୁ  ‘ ଦି ଗେଷ୍ଟ୍‍ ହାଉସ୍‌’ ର ରିଲିଜ୍‌ ଯାଏଁ  ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିବ । ତେବେ ଅଭିନେତା ଅସୀତ ପତି ତିନିଟି ଯାକ ଗେଟ୍‌ ଅପ୍‌ରେ ଭିନ୍ନ ଦିଶୁଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଅସୀତ ପତି ‘ଚିହ୍ନା ଅଚିହ୍ନା’ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ଏବଂ ତାପରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More