ରଣବୀର କପୁରଙ୍କ ବିଷୟରେ ପରେଶ ରାୱଲ କହିଲେ ଏହି ଖାସ କଥା ।
ଅପକମିଂ ଫିଲ୍ମ ସଂଜରେ ପରେଶ ରାୱଲ ଏବଂ ରଣବୀର କପୁର ବାପା ଏବଂ ପୁଅ ଚରିତ୍ରରେ ନଜର ଆସିବେ । ତେବେ ଏହି କେମେଷ୍ଟ୍ରି ଦର୍ଶକ ଖୁବ ପସନ୍ଦ କରିପାରନ୍ତି । ଗୋଟିଏ ପକ୍ଷରେ ରଣବୀର କପୁର କହିଛନ୍ତିଯେ ପରେଶ ରାୱଲଙ୍କ ସହିତ କାମ କରିବା ନିହାତି ଭାବରେ ସୌଭାଗ୍ୟର କଥା । କିନ୍ତୁ ପରେଶ ରାୱଲ ମଧ୍ୟ ରଣବୀରଙ୍କ ବିଷୟରେ କିଛି ଖାସ କଥା କହିଛନ୍ତି । ଆସନ୍ତୁ ଆଲୋଚନା କରିବା ।
ପରେଶ ରାୱଲଙ୍କ କହିବା ଅନୁସାରେ ଆଗାମୀ ପିଢୀଙ୍କ ପାଇଁ ରଣବୀର କପୁର ଜଣେ ପ୍ରେରଣାସ୍ରୋତ । ତେବେ ପରେଶ ରାୱଲ ରାଜକୁମାର ହିରାନୀଙ୍କ ଫିଲ୍ମ ସଂଜୁରେ ସଂଜୟ ଦତ୍ତଙ୍କ ବାପା ସୁନିଲ ଦତ୍ତଙ୍କ ଚରିତ୍ରରେ ନଜର ଆସିବେ । ରଣବୀରଙ୍କ ପ୍ରଶଂସାରେ ସେ ଏହା ମଧ୍ୟ କହିଛନ୍ତିଯେ, ‘ମୁଁ ବିଭିନ୍ନ କଳାକାରଙ୍କ ସହିତ କାମ କରିଛି,କିନ୍ତୁ ରଣବୀରଙ୍କ ସହିତ କାମ କରିବା କିଛି ଭିନ୍ନ, ସେ ଜଣେ ଖୁବ ଟ୍ୟାଲେଂଟେଡ ଆକ୍ଟର ଏବଂ ମୁଁ ଆପଣଙ୍କୁ କହି ରଖୁଛିଯେ ପରଦାରେ ସଂଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିବା ସାଧାରଣ କଥା ନୁହେଁ’ । ସେ କହିଛନ୍ତିଯେ ଯେଉଁଭଳି ଭାବରେ ରଣବୀର ଏହି ଚରିତ୍ରକୁ କରିଛନ୍ତି ତାହା ଖୁବ ଭଲ । ସେ ଆଗାମୀ ପିଢୀ ପାଇଁ ଜଣେ ପ୍ରେରଣାଦାୟକ । ତେବେ ଫିଲ୍ମ ସଂଜୁ ୨୯ ଜୁନକୁ ରିଲିଜ ହେବ ।