Only for Entertainment

ରିଲିଜ ହେଲା ପତି ପତ୍ନୀ ଔର ୱ’ର ଆଉ ଏକ ଡାନ୍ସ ଧମାକା ଗୀତ ‘ଅଖିୟୋଁ ସେ ଗୋଲି ମାରେ’ ।

39

କାର୍ତ୍ତିକ ଆର୍ୟନ, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ପତି.ପତ୍ନୀ ଔର ୱ’ର ମୋଷ୍ଟ ଆୱେଟେଡ ଗୀତ ଅଖିୟୋଁ ସେ ଗୋଲି ମାରେ ଆଜି ରିଲିଜ ହୋଇଛି । ମୁଦ୍ଦସର ଅଜୀଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ଆସିବା ପରେ ଲୋକମାନେ ଏହି ଫିଲ୍ମକୁ ଉତ୍ସାହର ସହ ଚାହିଁ ରହିଛନ୍ତି । ଗୀତରେ ମିକା ସିଂ ଏବଂ ତୁଲସୀ କୁମାରଙ୍କ ଗାୟିକୀ ଶୁଣିବାକୁ ମିଳିଛି ।

ଭିଡିଓ ବିଷୟରେ କହିବାକୁ ଗଲେ ଏହି ଗୀତରେ ଭୂମି, କାର୍ତ୍ତିକ ଏବଂ ଅନନ୍ୟାଙ୍କ ଜବରଦସ୍ତ ମସ୍ତିଭରା ଡାନ୍ସ ଦେଖିବାକୁ ମିଳିଛି । ଯାହା ଗୀତକୁ କରିଛି ଆହୁରୀ ମତୁଆଲା । ଏହି ଗୀତ ୯୦ଦଶକର ଫିଲ୍ମ ‘ଦୁଲ୍ହେ ରାଜା’ର ରିମେକ ଅଟେ । ଯାହାକୁ ଦର୍ଶକ ପସନ୍ଦ କରିଛନ୍ତି । ୯୦ଦଶକରେ ଏହି ଗୀତ ମଧ୍ୟ ଖୁବ ହିଟ ହୋଇଥିଲେ । ତେବେ ସେତେବେଳେ ଏହି ଗୀତରେ ରବୀନା ଟଣ୍ଡନ ଏବଂ ଗୋବିନ୍ଦାଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଥିଲା ।

ଫିଲ୍ମ ବିଷୟରେ କହିବାକୁ ଗଲେ ପତି ପତ୍ନୀ ଔର ୱ’ରେ କାର୍ତ୍ତିକ ଏବଂ ଭୂମି ସ୍ୱାମୀ ସ୍ତ୍ରୀ’ର ଭୂମିକା ତୁଲାଇବେ ଏବଂ ସେହିପରି ଅନନ୍ୟାଙ୍କ ସହ କାର୍ତ୍ତିକ ଏଳ୍ସଟ୍ରା ଅଫେୟାର ରଖିଥିବେ । ଏହିଭଳି କିଛି କାହାଣୀକୁ ନେଇ ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଏହି ଫିଲ୍ମ । ଆସନ୍ତା ମାସ ୬ତାରିଖରେ ପରଦାରେ ନଜର ଆସିବ ଏହି ଜବରଦସ୍ତ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More