Only for Entertainment

ବିବାହ ସମୟରେ କାହିଁକି ଅନାମିକା ଆଙ୍ଗୁଳିରେ ପିନ୍ଧାଯାଏ ମୁଦି ? ଜାଣନ୍ତୁ ଏହା ପଛର କାରଣ

weddingwire
48

ସାଧାରଣତଃ ଦମ୍ପତି ତାଙ୍କ ବିବାହ ଉତ୍ସବରେ ପରସ୍ପରକୁ ଅନାମିକା ଆଙ୍ଗୁଳିରେ ମୁଦି ପିନ୍ଧାଇ ଥାନ୍ତି । ଆଜି ପର୍ୟ୍ୟନ୍ତ ଏହି ପରମ୍ପରା ଚାଲି ଆସୁଛି । କୁହାଯାଏ, ଏହି ପରମ୍ପରା ବହୁ ପ୍ରାଚୀନ। ମହିଳାମାନଙ୍କ ବାମ ହାତ ଓ ପୁରୁଷମାନଙ୍କ ଡାହାଣ ହାତର ଅନାମିକା ଆଙ୍ଗୁଳିର ଶିରା ହୃଦୟ ସହିତ ଯୋଡ଼ି ହୋଇଥାଏ । ତେଣୁ ଏହି ଶିରାକୁ ଭଲ ପାଇବାର ଶିରା ଭାବେ ମଧ୍ୟ ନାମିତ କରାଯାଇଛି । ତେଣୁ ବିବାହ ବେଳେ ପୁଅ ଝିଅ ପରସ୍ପରକୁ ଅନାମିକା ଆଙ୍ଗୁଳିରେ ମୁଦି ପିନ୍ଧାଇଥାନ୍ତି ।

ପଶ୍ଚିମାଚଂଳର ଲୋକମାନେ ଏହି ପରମ୍ପରାକୁ ବିଶ୍ୱାସ କରିଥାନ୍ତି । ବିବାହ ସମୟରେ ପୁରୁଷ ଯେଉଁ ମହିଳାଙ୍କୁ ବିବାହ କରିଥାନ୍ତି, ତାଙ୍କୁ ସାତ ଜନ୍ମ ପାଇଁ ସାଥୀ ହୋଇ ବାଟ ଚାଲିବାକୁ ବାଛି ନେଇଥାନ୍ତି । ଅନାମିକା ଆଙ୍ଗୁଳିରେ ମୁଦିଟିକୁ ପିନ୍ଧାଇ ନିଜର ଏବଂ ନିଜ ପରିବାରର ଯତ୍ନ ନେବା ପାଇଁ ତାହା ହାତରେ ସବୁ ଦାୟିତ୍ୱ ମଧ୍ୟ ଦେଇଥାନ୍ତି ।

ବିବାହ ସମୟରେ ବର- ବଧୂଙ୍କ ମୁଦି ଅଦଳବଦଳ ଭଲ ପାଇବାର ଏକ ସଙ୍କେତ ବୋଲି ମଧ୍ୟ ଧରାଯାଇଥାଏ । ଏହାକୁ ଏକ ନିଆରା ଏବଂ ଶାଶ୍ୱତ ପ୍ରେମର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ ।

ଏମିତି କିଛି କାରଣ ନାହିଁ ଯେ ମହିଳାମାନେ ନିଜର ବିବାହ ମୁଦିକୁ ବାମ ହାତର ଅନାମିକା ଆଙ୍ଗୁଳିରେ ପିନ୍ଧିବା ଜରୁରୀ । ଏହାକୁ ଡାହାଣ ହାତର ଅନାମିକା ଆଙ୍ଗୁଳିରେ ମଧ୍ୟ ପିନ୍ଧି ପାରିବେ। କିନ୍ତୁ ପ୍ରେମ ଉପରେ ବିଶ୍ୱାସକୁ ଅଧିକ ମଜବୁତ କରିବା ପାଇଁ ଅନାମିକା ଆଙ୍ଗୁଳିରେ ମୁଦିକୁ ପିନ୍ଧାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More