Only for Entertainment

ସଫଳତାର ସହ ଆଗେଇବାରେ ଲାଗିଛି ଫିଲ୍ମ ‘ପତି ପତ୍ନୀ ଔର ୱ’ !

75

ପତି ପତ୍ନୀ ଔର ୱର ସଫଳତା ସହ କଳାକାରଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି । ଦର୍ଶକ ଏହି ଫିଲ୍ମକୁ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ବକ୍ସ ଅଫିସ ଇଣ୍ଡିଆ ଡଟ କମ ୱେବସାଇଟ ମୁତାବକ ଏହି ଫିଲ୍ମ ସୋମବାର ସୁଧା ୩୮.୫କୋଟି ବ୍ୟବସାୟ କରିସାରିଲାଣି । ଫିଲ୍ମରେ କାର୍ତିକ ଆର୍ୟନ ଓ ଭୂମି ପେଡନେକର ପୂର୍ବରୁ ଦର୍ଶକଙ୍କ ଭଲ ପାଇବା ସାଉଁଟି ସାରିଥିବାବେଳେ ଏବେ ଫ୍ୟାନଙ୍କ ଭଲପାଇବା ହାତେଇଛନ୍ତି ଅନନ୍ୟା ପାଣ୍ଡେ ।

ପତି ପତ୍ନୀ ଔର ୱରେ ତାଙ୍କ ଅଭିିନୟକୁ ଦର୍ଶକ ବେଶ ପସନ୍ଦ କରିବା ସହ ନାୟିକାଙ୍କ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଏହାର ଭିତରେ ଅନନ୍ୟାଙ୍କ ଚାହିଦା ବଢିଛି ଓ ବିଭିନ୍ନ ବିଜ୍ଞାପନ ସାଇନ କରିଛନ୍ତି । ଏଥିସହ କିଛି ପ୍ରଡକ୍ଟର ପ୍ରଚାରକ ପାଇଁ ମଧ୍ୟ ନାୟିକାଙ୍କ ସାଇନ କରାଯାଉଛି । ନିକଟରେ ମୁମ୍ବାଇର ଏକ ପ୍ରଡକ୍ଟ ଲଂଚ କାର୍ଯ୍ୟକ୍ରମରେ ପହଁଚିଥିଲେ ଅନନ୍ୟା । ଏଠାରେ ପ୍ରମୋସନ କରିବା ସହ ନିଜ ଫିଲ୍ମ ସମ୍ବନ୍ଧରେ ମଧ୍ୟ କିଛି କଥା ବାଟିଂଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More