Only for Entertainment

କିପରି ରହିଥାଏ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ, ଜାଣିବା ପାଇଁ ପଢନ୍ତୁ ।

Allure
38

ଜନ୍ମ ବାର, ତିଥି ଓ ସମୟରୁ ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ ଅନେକ କଥା ଜାଣି ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଦିନ ଏବଂ ରାତିରେ ଜନ୍ମ ହେବା ମଧ୍ୟ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଅନେକ କଥା ସୂଚାଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି, ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ବଭାବରେ ଅନେକ ସାମଞ୍ଜସ୍ୟ ଦେଖା ଯାଇଥାଏ।

ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସବୁବେଳେ ଚିନ୍ତିତ ରହି ଥାଆନ୍ତି। ସେମାନଙ୍କର ସାମାନ୍ୟ କଥାରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚି ରହିଥାଏ। ଏପରି ଲୋକଙ୍କୁ ଦାର୍ଶନିକ ମଧ୍ୟ କୁହାଯାଇଥାଏ।

ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅଧିକ ଚିନ୍ତନଶୀଳ ଓ କଳ୍ପନାଶୀଳ ହୋଇଥାଆନ୍ତି। ସେମାନେ ସାଧାରଣତଃ ଜଣେ ଭଲ ଲେଖକ ମଧ୍ୟ ହୋଇ ଥାଆନ୍ତି। ଏହି ବ୍ୟକ୍ତିମାନେ ସମସ୍ତ କଥାକୁ ଧ୍ୟାନର ସହ ଶୁଣି ଥାଆନ୍ତି। ଗୋଟିଏ କାମକୁ ବାରମ୍ବାର କରିବା କାରଣରୁ ତାଙ୍କୁ ସଫଳତା ମିଳିଥାଏ। ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସଙ୍ଗୀତ ଶୁଣିବା ଅତ୍ୟନ୍ତ ପସନ୍ଦ ଅଟେ।

ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ କିଛି ଅସୁବିଧା ହେବାର ପୂର୍ବାଭାସ ମିଳିଥାଏ। ଏହି ବ୍ୟକ୍ତିମାନେ ଯେକୌଣସି ସମସ୍ୟାର ସମାଧାନ ବାହାର କରିବାର କ୍ଷମତା ରଖି ଥାଆନ୍ତି। ଏହି ବ୍ୟକ୍ତିମାନେ ଯେଉଁଠି ରହିଲେ ମଧ୍ୟ ପ୍ରତ୍ୟେକ ବସ୍ତୁ ଉପରେ ସେମାନେ ନଜର ରଖନ୍ତି। ଏହି ବ୍ୟକ୍ତିମାନେ ଦିନ ଅପେକ୍ଷା ରାତିରେ ଅଧିକ କାମ କରି ପାରନ୍ତି।

କିଛି କାମ ବା ତଥ୍ୟର ଆଲୋଚନା କରିବା ଏମାନଙ୍କୁ ପସନ୍ଦ ଆସିଥାଏ। ଏହି ବ୍ୟକ୍ତିମାନେ ସାର୍ବଜନିକ ସ୍ଥାନରେ ଉଚ୍ଚକୋଟୀର ଅଭିଭାଷଣ ଦେବାରେ ପାରଙ୍ଗମ ଅଟନ୍ତି। ସମସ୍ତ କାର୍ଯ୍ୟ ପ୍ରତି ସେମାନଙ୍କର ପ୍ରଗାଢ ନିଷ୍ଠା ରହିଥାଏ। ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ନିଜର ବନ୍ଧୁ ଭାବେ ଗ୍ରହଣ କରିଥାଆନ୍ତି। ବେଳେବେଳେ ଅଧିକ ବନ୍ଧୁତ୍ବ କାରଣରୁ ସେମାନେ ନିଜ ଅସୁବିଧାରେ ପଡି ଥାଆନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More