Only for Entertainment

କ୍ରିମିନାଲ କେସରେ ଫସଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ !

Man's World India
20

ଅଡୁଆରେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ୍ । ଏକ କୋଟି ଟଙ୍କାର ଲୋନ୍ ନେଇ ତାକୁ ୯୦ ଦିନ ଭିତରେ ସୁଝି ପାରି ନଥିବାରୁ ତାଙ୍କ ବିରୋଧରେ ଏକ କ୍ରିମିନାଲ୍ କେସ୍ ଦାୟର୍ ହୋଇଛି । ଅର୍ଜୁନ ଏକ କମ୍ପାନୀରୁ ୧ କୋଟି ଟଙ୍କାର ଋଣ ନେଇଥିଲେ । ଆଉ ଏକ ଚେକ୍ ଦେଇଥିଲେ । ଯାହା ୯୦ ଦିନ ଭିତରେ ସୁଝିବାର ଥିଲା । ମାତ୍ର ଉକ୍ତ ଚେକ୍ ଟି ବାଉନ୍ସ ହୋଇ ଯାଇଥିବାରୁ ତାଙ୍କ ବିରୋଧରେ ଏକ କେସ୍ ଏବେ ଦାୟର୍ ହୋଇଛି । ଯାହାକୁ ନେଇ ଜେଲ୍ ଯାଇ ପାରନ୍ତି ରାମ୍ପାଲ୍ ।

ତେବେ ବର୍ଷ ୨୦୧୮ ଅର୍ଜୁନଙ୍କ ପାଇଁ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି । ପ୍ରଥମେ ପତ୍ନୀ ମାହିର୍ ଜେଶିକାଙ୍କ ସହ ବିବାହ ବିଚ୍ଛେଦ, ପରେ ମାଆଙ୍କ ମୃତ୍ୟୁ ଆଉ ଏବେ ଏହି କେସ୍ରେ ଫସିଛନ୍ତି ଅର୍ଜୁନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More