Only for Entertainment

ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ଆକ୍ସନ ହିରୋ ଜନଙ୍କ “ପରମାଣୁ”

indianexpress.com
0 43

ଜନ ଆବ୍ରହିମଙ୍କ ଆଗାମୀ ଚଳଚ୍ଚିତ୍ର “ପରମାଣୁ: ଦ ଷ୍ଟୋରି ଅଫ ପୋଖରଣ” ଆସନ୍ତା ମାସ ରିଲିଜ ହେବା ଲାଗି ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ରିଲିଜ ପୂର୍ବରୁ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରହିଛି । ପରମାଣୁ ଭାରତର ଆଟୋମିକ ୱିପନ ଏବଂ ରାଜନୀତି ଉପରେ ଏହି ଫିଲ୍ମ ଆଧାରିତ ହୋଇଥିବା ହେତୁ ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି “ପରମାଣୁ”ଫିଲ୍ମ ଦେଖାଇବା ଲାଗି ଜନ୍ ଏବଂ ଫିଲ୍ମ ନିର୍ଦ୍ଧେଶକ ପ୍ରେରଣା ଅରୋଡା ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜନ୍ ଏହି ଫିଲ୍ମ ଲାଗି ଅନେକ ଅଧ୍ୟୟନ କରିଛନ୍ତି ଏବଂ ଅତି ଶୀଘ୍ର ଏହି ଫିଲ୍ମ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଦେଖାଯିବାର ପ୍ରସ୍ତୁତି ଚାଲିଛି । ଏହି ଫିଲ୍ମର କାହାଣୀ ୧୯୮୮ରେ ହୋଇଥିବା ଭାରତୀୟ ସେନାଙ୍କ ଦ୍ୱାରା ପୋଖରଣ ପରମାଣୁ ବିସ୍ଫୋରଣ ଉପରେ ଆଧାରିତ ଅଟେ ।

ଏହି ଫିଲ୍ମରେ ନିର୍ଦ୍ଧେଶକ ଅଭିଶେକ ଶର୍ମା ଅଟନ୍ତି । ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଫିଲ୍ମ ଦେଖାଯିବ ।

ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ଆକ୍ସନ ହିରୋ ଜନଙ୍କ “ପରମାଣୁ” ଏହି ଚଳଚିତ୍ରର ରିଲିଜ ତାରିଖକୁ ନେଇ ଅନେକ ଅସୁବିଧା ଲାଗିରହିଥିଲା । ମାତ୍ର ପ୍ରଯୋଜକ ପ୍ରେରଣା ଅରୋଡା ୨୩ଫେବୃଆରୀରେ ଏହି ଚଳଚ୍ଚିତ୍ର ରିଲିଜ ହେବ ବୋଲି ନିଶ୍ଚିତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More