ପ୍ଲାଷ୍ଟିକ ଫ୍ରି ହେଲା ‘କୁଲି ନମ୍ବର ୧’ର ସୁଟିଂ ସେଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ପ୍ରଶଂସା
କେବଳ ଦେଶ ନୁହେଁ ପୂରା ଦୁନିଆରୁ ପରିବେଶକୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ଖୁବ ଚିନ୍ତାର ବିଷୟ । ପରିବେଶ ପୂଦୂଷଣକୁ ଦୃଷ୍ଟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟରେ ଲାଲ କିଲ୍ଲାରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ସ୍ୱାଗତ ଜଣାଇ କୁଲି ନମ୍ବର ୧ ମେକର୍ସ ସୁଟିଂ ସେଟକୁ ପ୍ଲାଷ୍ଟିକ ଫ୍ରି କରିବା ପାଇଁ ଏକ ପଦକ୍ଷେପ ନେଇଛନ୍ତି ।
‘କୁଲି ନମ୍ବର ୧’ ମେକର୍ସ ଏବଂ ଷ୍ଟାର କାଷ୍ଟ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବଲଟର ବ୍ୟବହାର ବନ୍ଦ କରି ଷ୍ଟିଲ ବୋତଲର ବ୍ୟବହାର ଆରମ୍ଭ କରିଛନ୍ତି । ଫିଲ୍ମର ଲିଡ ଅଭିନେତା ବରୁଣ ଧୱନ ଟ୍ୱିଟରରେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ ।
ବରୁଣ ଟ୍ୱିଟ କରି ଲେଖିଥିଲେ, ‘ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଏବେ ସମୟ ମାଗୁଛି । ଏବଂ ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ଭଲ ପଦକ୍ଷେପ ନିଆଯାଇଛି । ଏହିଭଳି ଛୋଟ ଛୋଟ ପରିବର୍ତ୍ତନ କରିପାରିବେ । କୁଲି ନମ୍ବର ୧ ଫିଲ୍ମ ସେଟରେ ଏବେ ଷ୍ଟିଲ ବୋତଲର ବ୍ୟବହାର କରାଯିବ । ’
Superb gesture by the team of #CoolieNo1! Happy to see the film world contributing towards freeing India from single use plastic. https://t.co/bPXFgHz2I4
— Narendra Modi (@narendramodi) September 12, 2019
‘କୁଲି ନମ୍ବର ୧’ ମେକର୍ସଙ୍କ ଦ୍ୱାରା କରାଯାଇଥିବା ଏହି ପରିବତ୍ତ ର୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମୋଦୀ ଟ୍ୱିଟ କରି କହିଛନ୍ତି, ‘କୁଲି ନମ୍ବର ୧ ର ଏହି କାର୍ଯ୍ୟକୁ ଦେଖି ଖୁବ ଖୁସି ଅନୁଭବ ହେଉଛି । ଫିଲ୍ମ ଜଗତ ଭାରତରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ନିଜର ଯୋଗଦାନ ଦେଉଛି ।’
Thank you PM @narendramodi sir. We are glad to have played a small part to the initiative started by you in saving the environment and bringing in change.#CoolieNo1 #SingleUsePlasticFree https://t.co/YNiapdbO5h
— Jackky Bhagnani (@jackkybhagnani) September 12, 2019
ଏହା ସହିତ ଫିଲ୍ମର ପ୍ରଡ୍ୟୁସର ଜ୍ୟାକି ଭଗନାନୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଖୁସି ଜାହିର କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।