Only for Entertainment

ପୋଟଳ ମସଲା ପ୍ରସ୍ତୁତି ପ୍ରଣାଳୀ

YouTube
48

ସାମଗ୍ରୀ :

ପୋଟଳ : ୨୫୦ ଗ୍ରାମ, ଆଳୁ : ୨ଟି, କଟା ପିଆଜ : ଏକ କପ, ତେଲ : ୫ଚାମଚ, ଟମାଟୋ : ଗୋଟିଏ, ଅଦା ରସୁଣ ପେଷ୍ଟ : ୨ଚାମଚ, କଞ୍ଚା ଲଙ୍କା : ୨ଟି, ଗୋଟା ଜିରା : ଏକ ଛୋଟ ଚାମଚ, ଲୁଣ : ସ୍ୱାଦ ଅନୁସାରେ, ଗରମ ମସଲା: ୨ଚାମଚ, ଧନିଆ ପତ୍ର : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପୋଟଳ ଓ ଆଳୁ ଗୋଲ ଗୋଲ କାଟି ଏକ ପାତ୍ରରେ ରଖନ୍ତୁ । ଗ୍ୟାସ ଅନ କରି କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ପୋଟଳ ଏବଂ ଆଳୁ ପକାଇ ଭାଜନ୍ତୁ। ଆଳୁ ଓ ପୋଟଳ ଅଳ୍ପ ଭାଜି ହେବା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ପକାନ୍ତୁ। ପରେ ସେଥିରେ କଟା ପିଆଜ, କଞ୍ଚା ଲଙ୍କା ଅଦା ରସୁଣ ବଟା ପକାନ୍ତୁ । ଅଳ୍ପ ଭାଜି ହୋଇଜିବା ପରେ ସେଥିରେ ଟମାଟୋ ପକାନ୍ତୁ। ଏହାକୁ ଏବେ ଭଲରେ କଷି ଦିଅନ୍ତୁ। ଏହାପରେ ସେଥିରେ ଗରମ ମସଲା , ହଳଦୀ ଗୁଣ୍ଡ ପକାନ୍ତୁ । ଭଲ ଭାବେ ମସଲା ଭାଜି ହେବା ପରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ପାଣି ଫୁଟି ଆସିଲେ ସେଥିରେ ଭଜା ପୋଟଳ ଓ ଆଳୁକୁ ପକାଇଦିଅନ୍ତୁ । ପୋଟଳ ଓ ଅଳୁ ସିଟି ମସଲା ଠିକ ଭାବେ ହୋଇଯିବା ପରେ ଗ୍ୟାସ ବନ୍ଦ କରି କଡେଇରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପୋଟଳ ମସଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More