Only for Entertainment

ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଥ୍ରିଲର ଫିଲ୍ମ ସାହୋ’ର ଟିଜର ହେଲା ରିଲିଜ , ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ କଲା ଇମ୍ପ୍ରେସ !

29

ସୁପରଷ୍ଟାର ପ୍ରଭାସଙ୍କ ଉପରେ ବୋମା ଆକ୍ରମଣ ଏବଂ ଉଡୁଥିବା କାର ସହ ଏକ ନୂଆ ପୋଷ୍ଟର ନିକଟରେ ରିଲିଜ ହୋଇଥିଲା । ଏହି ନୂଆ ପୋଷ୍ଟର ଦେଖି ଅନୁମାନ ହେଉଛି ଯେ ଫିଲ୍ମରେ ଧୂଆଁଧାର ଆକ୍ସନ ଦେଖିବାକୁ ମିଳିବ । ଫିଲ୍ମ ନିର୍ମାତା ପୋଷ୍ଟର ଜାରି କରି ଫିଲ୍ମରେ ଥିବା ଥ୍ରିଲର ଝଲକକୁ ଶେୟାର କରିଥିଲେ, ଏବେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ତେବେ ଏବେ ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି । ଅନେକ ପୋଷ୍ଟର ରିଲିଜ ହେବା ପରେ ଏବେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି ଯେଉଁଥିରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

୧.୩୮ସେକେଣ୍ଡର ଏହି ଟିଜରର ଆକ୍ସନ, ରୋମାନ୍ସ ସହ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ଟିଜରରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ନିଲ ନିତିନ ମୁକେଶ, ଜ୍ୟାକି ଶ୍ରଫ ଏବଂ ଚଙ୍କି ପାଣ୍ଡେ ମଧ୍ୟ ଝଲକ ଦେଖିବାକୁ ମିଳିଛି ।

ଟିଜର ଦେଖିବା ପରେ ଆପଣ ଅନୁମାନ ଲଗାଇ ପାରୁଥିବେ ଯେ ଫିଲ୍ମ ଚଳିତ ବର୍ଷର ବ୍ଲକବାଷ୍ଟର ଫିଲ୍ମ ହୋଇପାରେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଜିଥ । ମେକର୍ସ ଏହି ଫିଲ୍ମକୁ ୩ଟି ଭାଷାରେ ରିଲିଜ କରିବେ । ହିନ୍ଦୀ ବ୍ୟତୀତ ଏହା ତାମିଲ ଏବଂ ତେଲୁଗୁରେ ରିଲିଜ ହେବ । ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ଥ୍ରିଲର ଫିଲ୍ମ ସାହୋ ୧୫ଅଗ୍ମୃରେ ତଥା ସ୍ୱାଧୀନତା ଦିବସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More