Only for Entertainment

ସୁଶାନ୍ତଙ୍କ ସହ ଟିମକୁ ଚିୟର କରୁଥିବାର ନଜର ଆସିଲେ ପ୍ରୀତି ଜିଂଟା, ଜିତିବା ପରେ କଲେ ଭାଙ୍ଗଡା !

46

ସୋମବାର ହୋଇଥିବା ଆଇପିଏଲ ମ୍ୟାଚରେ ପ୍ରୀତି ଜିଂଟାଙ୍କ ଟିମ କିଙ୍ଗ୍ସ ଇଲେବେନ ଦିଲ୍ଲୀ କ୍ୟାପିଟାଲଙ୍କୁ ୧୪ରନରେ ହରାଇ ଜିତ ହାସିଲ କରିଛନ୍ତି । ଜିତିବା ପରେ ଟିମର କୋ-ଓନର ପ୍ରୀତି ଜିଂଟା ଟିମ ସହ ଭାଙ୍ଗଡା କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ପ୍ରୀତି ସୁଶାନ୍ତ ସିଂ ରାଜପୁତଙ୍କ ସହ ନଜର ଆସିଛନ୍ତି । ଦୁହେଁ ଟିମର ଉତ୍ସାହ ବଢାଉଥିବାର ଦେଖିବାକୁ ମିଳିଥିଲା । ଫଟୋରେ ପ୍ରୀତି ଟିମର ଟିସାର୍ଟ ଏବଂ ଧଳା ଜିନ୍ସ ସହ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ।
ସେହିପରି ସୁଶାନ୍ତ ମଧ୍ୟ ପ୍ରୀତିଙ୍କ ଟିମର ଟିସାର୍ଟ ପିନ୍ଧି କୁଲ ନଜର ଆସିଥିଲେ । ଏହାର ଫଟୋ ପ୍ରୀତି ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଏହାସହ ସେ ପୋଷ୍ଟ କରିଛନ୍ତି ଯେ- ଚିୟରିଂ ଫର ମାଇ ବୟ’!

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ପ୍ରୀତି ଏବେ ଫିଲ୍ମରୁ ଅନେକ ଦୂରରେ । ସେହିଭଳି ସୁଶାନ୍ତଙ୍କ ବିଷୟରେ କହିବାକୁ ଗଲେ ଫିଲ୍ମ ‘ଛିଛୋରେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ବରୁଣ ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୩୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More