Only for Entertainment

ରାଷ୍ଟ୍ରପତି ଭବନରେ ‘ମଣିକର୍ଣ୍ଣିକା’ର ସ୍ପେଶାଲ ସ୍କ୍ରିନିଂ , ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଖିଲେ ଫିଲ୍ମ ।

Social News XYZ
25

ରିଲିଜ ପୂର୍ବରୁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’ର ସ୍ପେଶାଲ ସ୍କ୍ରିନିଂ ରାଷ୍ଟ୍ରପତି ଭବନରେ ରଖାଯାଇଥିଲା । ଶୁକ୍ରବାର ଏହି ଫିଲ୍ମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଖିଥିଲେ । ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରେ ସ୍ପେଶାଲ ସ୍କ୍ରିନିଂର କିଛି ଫଟୋକୁ ସେୟାର କରିଛନ୍ତି । ଏହି ଫଟୋରେ ଫିଲ୍ମର ଷ୍ଟାର କାଷ୍ଟଙ୍କ ସହିତ ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଜୋଶୀ ମଧ୍ୟ ନଜର ଆସିଛନ୍ତି । ଫିଲ୍ମର ଏହି ସ୍ପେଶାଲ ସ୍କ୍ରିନିଂରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ ମଧ୍ୟ ଉପସ୍ଥିତ ଥିଲେ । ଫିଲ୍ମର ସ୍କ୍ରିନିଂ ପରେ ଫିଲ୍ମର କାଷ୍ଟଙ୍କୁ ସମ୍ନାନୀତ କରାଯାଇଥିଲା ।

କହିରଖୁଛୁ ଯେ, ଫିଲ୍ମରେ କଙ୍ଗନା ରାଣୀ ଲକ୍ଷ୍ମୀ ବାଇଙ୍କ ଭୂମିକାରେ ନଜର ଆସିବେ । କଙ୍କନାଙ୍କ ବ୍ୟତିତ ଫିଲ୍ମରେ ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣୀ, ଡ୍ୟାନ, ସୁରେଶ ଓବରଏଙ୍କ ପରି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More