ରିଆଲିଟି ଶୋ’ ଗୁଡିକରେ ଧମାଲ ମଚାଇବା ପରେ ପ୍ରିୟଙ୍କ ଶର୍ମାଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି । ପ୍ରିୟଙ୍କଙ୍କର ପୂର୍ବ ବର୍ଷ ଏକ ମ୍ୟୁଜିକାଲ ଭିଡିଓ ରିଲିଜ ହୋଇଥିଲା, ଯାହା ଖୁବ ଧମାଲ କରିଥିଲା । କିନ୍ତୁ ଏବେ ପୁଣି ଥରେ ପ୍ରିୟଙ୍କ ଆଉ ଏକ ଧମାକାଦାର ଭିଡିଓ ମାଇନ କରିଛନ୍ତି । ଏହି ଭିଡିଓରେ ପ୍ରିୟଙ୍କ ରୋମାଂଟିକ ଅନ୍ଦାଜରେ ନଜର ଆସିବେ ।
ପ୍ରିୟଙ୍କ ଶର୍ମା ଖୁବ ଶୀଘ୍ର ମ୍ୟୁଜିକ ଭିଡିଓରେ ନଜର ଆସିବାକୁ ଯାଉଛନ୍ତି । ଏହି ମ୍ୟୁଜିକ ଭିଡିଓରେ ପ୍ରିୟଙ୍କ ଟିଭିର ଫେମସ ଅଭିନେତ୍ରୀ ଆଶିକା ଭାଟିୟାଙ୍କ ରୋମାନ୍ସ କରୁଥିବାର ନଜର ଆସିବେ । ନିକଟରେ ପ୍ରିୟଙ୍କ ଏବଂ ଆଶିକା ଫିଲ୍ମ ସୁଟିଂ ଶେଷ କରିଛନ୍ତି । ସୁଟିଂରେ ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓରେ ଆଶିକା ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ମଧ୍ୟ ଶେୟାର କରିଛନ୍ତି । ସାମ୍ନାକୁ ଆସିଛି ଏହି ଭିଡିଓରେ ଦୁହେଁ କେମେଷ୍ଟ୍ରି ଖୁବ ଭଲ ଦେଖିବାକୁ ମିଳିଛି ।
ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ପ୍ରିୟଙ୍କ ଶର୍ମାଙ୍କ ଏହି ମ୍ୟୁଜିକ ଭିଡିଓରେ ନେହା ଏବଂ ସୋନୁ କକ୍କଡ ନିଜ କଣ୍ଠଦାନ କରିବେ । ଆଶିକା, ସଲମାନ ଖାନଙ୍କ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ରେ ଛୋଟ ଭଉଣୀ ଭୂମିକାରେ ନଜର ଆସିଥିଲେ । ସେହିଭି ପଅିୟଙ୍କ ଶର୍ମା ଖୁବ ଶୀଘ୍ର ବିକାଶ ଗୁପ୍ତାଙ୍କ ୱେବସିରିଜରେ ନଜର ଆସିବେ ।