Only for Entertainment

ନ୍ୟୁ ଇୟର ପାର୍ଟିରେ ଦୁହେଁ ଦୁହିଁଙ୍କୁ କିସ କରୁଥିବାର ନଜର ଆସିଲେ ପ୍ରିୟଙ୍କା-ନିକ, ଭିଡିଓ ଭାଇରାଲ !

59

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ କିଛି ଦିନ ହେବ ସ୍ୱିଜରଲ୍ୟାଣ୍ଡରେ ନ୍ୟୁ ଇୟର ସେଲିବ୍ରେଶନ କରୁଛନ୍ତି । ପ୍ରିୟଙ୍କା ଏବଂ ନିକଙ୍କ ସହ ପରିବାର ଲୋକମଧ୍ୟ ସେଠାରେ ଅଛନ୍ତି । ନ୍ୟୁ ଇୟର ସେଲିବ୍ରେଟ କରୁଥିବା କିଛି ଭିଡିଓ ସାମ୍ନାକୁ ଆସିଛି । ସେହିଭଳି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପ୍ରିୟଙ୍କା ଏବଂ ନିକ ଦୁହେଁ ଦୁହିଁଙ୍କୁ କିସ କରୁଥିବାର ନଜର ଆସିଛି । ଭିଡିଓରେ ନ୍ୟୁଇୟର ସେଲିବ୍ରେଶନ ମଧ୍ୟ ଚାଲିଛି ।

 

View this post on Instagram

 

Happy new year everyone from Verbier!

A post shared by Nick Jonas (@nickjonas) on

ଏଠାରେ ଆମେ କହି ରଖୁଛୁ ଯେ ଏହା ପୂର୍ବରୁ ଦୁହେଁ ଓମାନରେ ହନିମୁନ ସେଲିବ୍ରେଟ କରିବା ପାଇଁ ଯାଇଥିଲେ । ହନିମୁନରୁ ଫେରି ପ୍ରିୟଙ୍କା ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମ ସୁଟିଂ ପାଇଁ ଅହମଦାବାଦ ଯାଇଥିଲେ ।

 

View this post on Instagram

 

Quiet New Years morning. ? ? @papakjonas

A post shared by Nick Jonas (@nickjonas) on

ଏହାପୂର୍ବରୁ ପ୍ରିୟଙ୍କା ଏବଂ ନିକଙ୍କ ଫଟୋ ଭାଇରାଲ ହୋଇଥିଲା । ଫଟୋରେ ଦୁହେଁ ବରଫାଚ୍ଛନ ଜଙ୍ଗଲରେ ମସ୍ତି କରୁଥିବାର ନଜର ଆସିଥିଲେ । ନିକ ଏବଂ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଅକାଉଂଟରେ ଅନେକ ପୋଷ୍ଟ କରିଥିଲେ , ଯେଉଁଥିରେ ଦୁହେଁ ନ୍ୟୁଇୟର ସେଲିବ୍ରେଶନ ମୁଡରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More