Only for Entertainment

ପୁୁଲରେ ଜଳପରୀ ସାଜିଲେ ପିୟଙ୍କା ଚୋପ୍ରା, ସାମ୍ନାକୁ ଆସିଲା ଷ୍ଟନିଙ୍ଗ ଲୁକ ।

75

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସୁଛନ୍ତି । ଗତବର୍ଷ ବିଦେଶୀ ବାବୁ ନିକ ଜୋନସଙ୍କ ସହିତ ବିବାହ ପରଠାରୁ ଲାଇମଲାଇଟରେ ରହି ଆସିଛନ୍ତି ପ୍ରିୟଙ୍କା । ତାଙ୍କର ପ୍ରତ୍ୟେକ ଲୁକ ଷ୍ଟାଇଲ ଆପେ ଆପେ ଭିନ୍ନ ହୋଇଥାଏ । ଅଧିକାଂଶ ସମୟରେ ଦେଶୀଗର୍ଲଙ୍କୁ ପତି ନିକଙ୍କ ସହିତ କ୍ୱାଲିଟି ସମୟ ବିତାଉ ଥିବାର ଦେଖିବାକୁ ମିଳେ । ପ୍ରିୟଙ୍କା ଏବେ ଇଟାଲୀରେ ଅଛନ୍ତି । ପ୍ରିୟଙ୍କା ନିକଟରେ ଇଂଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି । ପ୍ରତିଥର ଭଳି ଏହି ଥର ମଧ୍ୟ ହଟ ଲୁକରେ ନଜର ଆସିଛନ୍ତି ପିଗି ଚପ୍ସ ।

ଧଳା ରଙ୍ଗର ସ୍ୱିମ ସୁଟରେ ପ୍ରିୟଙ୍କା ମସ୍ତୀ କରୁଥିବାର ଦେଖିବାକୁ ମିଳିଛି । ଫଟୋରେ ପ୍ରିୟଙ୍କା ବୋଲ୍ଡ ପୋଜ ଦେଉଥିବାର ନଜର ଆସିଛି । ଏହିଥର ମଧ୍ୟ ପ୍ରିୟଙ୍କାଙ୍କ ହଟ ଲୁକକୁ ଦର୍ଶକ ପସନ୍ଦ କରୁଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପ୍ରିୟଙ୍କା ବଲିଉଡକୁ ଫେରିବା ପାଇଁ ପ୍ରସ୍ତୁତ । ସେ ଖୁବଶୀଘ୍ର ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ । ୧୧ ଅକ୍ଟୋବରକୁ ସିନେମାଘରେ ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More