Only for Entertainment

PUBG ଗେମ ଖେଳିବା ପାଇଁ ପରିବାର ଲୋକେ ମନା କରିବାରୁ ଫାଶୀ ଲଗାଇଲା ୧୭ ବର୍ଷର ଯୁବକ

google
40

ଜିନ୍ଦ ସହରର ଶିବପୁରୀ କଲୋନୀରେ ଜଣେ ଏଏସଆଇଙ୍କ ୧୭ ବର୍ଷର ପୁଅ ଫାଶୀ ଲଗାଇ ରବିବାର ରାତିରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରିବାର ଲୋକଙ୍କ କହିବା ଅନୁସାରେ ଯୁବକ ଜଣଙ୍କ ଏକ ବର୍ଷ ହେବ ପବ୍ଜୀ ଗେମ ଖେଳୁଥିଲା । ଗେମ ଖେଳିବା ପାଇଁ ମନା କରିବାରୁ ପିଲାଟି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ପୋଲିସ ସୂଚନା ଅନୁସାରେ ଏଏସଆଇଙ୍କ ୧୭ ବର୍ଷିୟ ପୁଅ ତରସେମ ଦଶମ ପର୍ଯ୍ୟନ୍ତ ପଢା ପୂନରା କରିବା ପରେ ଘରେ ହିଁ ରହୁଥିଲା । ଏକ ବର୍ଷ ହେବ ସେ ନିଜର ଅଧିକାଂଶ ସମୟ ମୋବାଇଲରେ ବିତାଉଥିଲା । ଘର ଲୋକେ ମୋବାଇଲରେ ପବ୍ଜୀ ଖେଳିବା ପାଇଁ ମନା କରିବା ପରେ ମଧ୍ୟ ସେ ମାନି ନଥିଲା । ଶନିବାର ରାତି ୯ଟାରେ ଖାଇବା ପନରେ ତରସେମ ନିଜ ରୁମକୁ ଚାଲିଯାଇନଥିଲା । ପରେ ତାଙ୍କ ମା’ କୌଣ ସି କାମ ପାଇଁ ତରସେମର ରୁମକୁ ଯାଇ ଦେଖିଥିଲେ ଯେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ପରେ ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତରସେମକୁ ମୃତ ଘୋଷଣା କରିଥିଲେ ।

ଏହା ପରେ ପୋଲିସ ପୋଷ୍ଟମର୍ଟମ କରି ପନରିବାରକୁ ଶରୀର ହସ୍ତାନ୍ତର କରିଥିଲେ । ଏବେ ପୋଲିସ ଏହି ଘଟଣାର ଜାଂଚ ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More