Only for Entertainment

ଭାରତ ଛାଡ଼ିବା ପରେ ସଲମାନଙ୍କୁ ଏଭଳି ମନାଉଛନ୍ତି ପ୍ରିୟଙ୍କା ଚୋପ୍ରା । କାହିଁକି ଏଭଳି କରୁଛନ୍ତି ଦେଶୀଗର୍ଲ?

FilmiBeat
0 55

ନିକଟରେ ପ୍ରିୟଙ୍କା ନିକଙ୍କ ସହିତ ନିଜ ବିବାହକୁ ନେଇ ଫିଲ୍ମ ଭାରତ ଛାଡ଼ିବା କଥା ଖୁବ ଆଲୋଚନାରେ ରହିଥିଲା । ଯାହାକୁ ନେଇ ଭିନ୍ନ ଭିନ୍ନ କଥା ମଧ୍ୟ ଶୁଣିବାକୁ ମିଳିଥିଲା । ଏଭଳିକି ସଲମାନ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ପ୍ରିୟଙ୍କା ଚୋପ୍ରାଙ୍କ ମା ମଧୁ ଚୋପ୍ରାଙ୍କୁ ଇଗ୍ନୋର କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ମଧୁ ଚୋପ୍ରାଙ୍କୁ ଏହି ବିଷୟରେ ପଚାରିବାରୁ କିଛି କହିବା ପାଇଁ ସେ ସିଧାସଳଖ ମନା କରି ଦେଇଥିଲେ ।

ନିକଟରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ଲଭରାତ୍ରୀର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଦେଖିବା ପରେ ପ୍ରିୟଙ୍କା ଏକ ଟ୍ୱିଟ କରିଛନ୍ତି ଏବଂ ଲେଖିଛନ୍ତିଯେ ଆୟୁଷ ଶର୍ମା ତୁମର ଏହି ଡେବ୍ୟୁ ପିଲ୍ମ ପାଇଁ ସ୍ୱାଗତ କରୁଛି ଏବଂ ତୁମର ସମଗ୍ର ଟିମକୁ ମଧ୍ୟ ।

 

ଏହି ଫିଲ୍ମ ନିଜେ ସଲମାନ ପ୍ରଡ୍ୟୁସ କରୁଛନ୍ତି । ତେବେ ଏହି ଟ୍ୱିଟକୁ ଦେଖିବା ପରେ ଜଣାପଡ଼ୁଛିଯେ ପ୍ରିୟଙ୍କା ସଲମାନଙ୍କୁ ମନାଇବାକୁ ଚାହୁଁଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More