Only for Entertainment

ଏହି ଫିଲ୍ମ ପାଇଁ ଅକ୍ଷୟ କୁମାର ନେବେ ୧୦୦ କୋଟି! ଜାଣନ୍ତୁ କିଏ ଏହାର ପ୍ରଡ୍ୟୁସର

google
30

ନିକଟରେ ଫିଲ୍ମ ‘ହାଉସଫୁଲ ୪’ ଜରିଆରେ ଦର୍ଶକଙ୍କ ମନୋରଂଜନ କରୁଥିବା ଅକ୍ଷୟ ନିଜର ଆଗାମୀ ଫିଲ୍ମ ପାଇଁ ୧୦୦ କୋଟିର ଫିସ ନେବେ ବୋଲି ଶୁଣିବାକୁ ମିଳିଛି । ଆଜ୍ଞା ହଁ, ବଲିଉଡର ଜଣାଶୁଣା ପ୍ରଡ୍ୟୁସର ଅକ୍ଷୟ କୁମାରଙ୍କ ନେଇ ଏତେ ବଡ ବାଜି ଖେଳଇବାକୁ ଯାଉଛନ୍ତି । ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଅକ୍ଷୟ କୁମାର, ପ୍ରଡ୍ୟୁସର ବାସୁ ଭଗନାନୀଙ୍କ ଏକ ଆକ୍ସନ ଫିଲ୍ମ ପାଇଁ ୧୦୦ କୋଟି ଫିସ ନେଇ ପାରନ୍ତି । ଖବର ଅନୂୁସାରେ ଅକ୍ଷୟ କୁମାର ଏବେ ଗେଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେବାରେ ଲାଗିଛନ୍ତି ଏବଂ ଏହା ସୁପରହିଟ ମଧ୍ୟ ହେଉଛି । ସେଥିପାଇଁ ଅକ୍ଷୟ କୁମାର ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଫିସ ନେବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ଏହି ଫିଲ୍ମର ସୁଟିଂ ଲଣ୍ଡନରେ ହେବ । ଏହା ଏକ ହାର୍ଡକୋର ଆକ୍ସନ ଫିଲ୍ମ ହେବ ଏବଂ ଏହି ଫିଲ୍ମ ଏକ ରିଅଲ ଘଟଣା ଉପରେ ଆଧାରିତ । ହିନ୍ଦୀ ଫିଲ୍ମ ପାଇଁ ଏତେ ବଡ ରକମ ଚାର୍ଜ କରିବାରେ ଅକ୍ଷୟ କୁମାର ପ୍ରଥମ ବଲିଉଡ କଳାକାର ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More