Only for Entertainment

ରିଲିଜ ହେଲା ଦବଙ୍ଗ ଥ୍ରି’ର ନୈନା ଲଡେ’ ଗୀତର ଅଡିଓ ଭର୍ସନ

43

 

ବହୁ ପ୍ରତିକ୍ଷୀତ ଦବଙ୍ଗ ଥ୍ରି ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଉପହାର ଦେଉଛନ୍ତି । ନିକଟରେ ରିଲିଜ ହୋଇଛି ନୈନା ଲଡ଼େ ଗୀତର ଅଡିଓ ଭର୍ସନ । ଗୀତଟି ଶୁଣିବା ପାଇଁ ଖୁବ ସୁନ୍ଦର ହୋଇଛି । ଏବେ କେବଳ ସଂପୂର୍ଣ୍ଣ ଗୀତକୁ ଅପେକ୍ଷା ।

ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ନଜର ଆସିବେ । ଏହା ସହିତ ଫିଲ୍ମ ଜରିଆରେ ମହେଶ ମାଞ୍ଜେରେକରଙ୍କ ଝିଅ ସଇ ମାଞ୍ଜେରେକର ବଲିୀଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହିି କଳାକାରଙ୍କ ବ୍ୟତିତ ଫିଲ୍ମରେ ଅରବାଜ ଖାନ, ସୋନୁ ସୁଡ ଏବଂ ସାଉଥ ଅଭିନେତା ସୁଦୀପ କିଚ୍ଚା ନଜର ଆସିବେ ।

ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ସଲମାନ ଖାନ, ଅରବାଜ ଖାନ ଓ ନିଖିଲ ଦ୍ୱିବେଦୀ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି । ଫିଲ୍ମ ୨୦ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More