Only for Entertainment

କୋଳଥ ଡାଲିର ଉପକାରୀତା ବିଷୟରେ ଜାଣିଲେ ନିୟମିତ ଖାଇବା ପାଇଁ ଚାହିଁବେ

Samayam Tamil
76
  • ପୁଷ୍ଟିସାର, ଲୌହସାର, କାଲ୍‌ସିଅମ୍‌ରେ କୋଳଥ ଭରପୂର। ଏଥିରେ ଶ୍ବେତସାର ଓ ଚର୍ବିର ମାତ୍ରା କମ୍‌। ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବ˚ ଓଜନ ହ୍ରାସ ପାଏ।
  • ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ। ହିମୋଗ୍ଲୋବିନ୍‌ ମାତ୍ରା ବଢେ଼। ରକ୍ତହୀନତାରେ ପଡ଼ିବା ଆଶଙ୍କା ରହେ ନାହିଁ।
  • ଏହାର ତନ୍ତୁଜାତୀୟ ଉପାଦାନ ରକ୍ତଚାପ ଓ ରକ୍ତ ଶର୍କରା କମାଏ।
  • ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ପେଟ ରୋଗ ସମସ୍ୟା ଦୂର ହୁଏ। ବୃକ୍କରେ ଛୋଟ ପଥର ସମସ୍ୟା ଥିଲେ ପ୍ରତି ଦିନ ସକାଳେ କୋଳଥ ବତୁରା ପାଣି ପିଅନ୍ତୁ।
  • ନିୟମିତ କୋଳଥ ଡାଲି ଖାଇଲେ ଯକୃତ୍‌ ଦୁର୍ବଳ ହୁଏ ନାହିଁ।
  • ଶ୍ୱାସ ଓ କଫ ରୋଗୀଙ୍କ ପାଇଁ ଏହା ଲାଭଦାୟକ। ଏକ ଲିଟର‌୍‌ ପାଣିରେ ଶହେ ଗ୍ରାମ୍‌ କୋଳଥ ପକାଇ ଫୁଟାନ୍ତୁ। ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ଅଳ୍ପ ସୈନ୍ଧବ ଲବଣ ପକାଇ ପିଅନ୍ତୁ।
  • କୋଳଥ ରକ୍ତକୁ ଶୁଦ୍ଧ କରାଏ। ଏହା ଶୁକ୍ରବର୍ଦ୍ଧକ।
  • ଗର୍ଭବତୀ ମହିଳା ଓ ଅମ୍ଳ ରୋଗୀ କୋଳଥ ଖାଇବା ଅନୁଚିତ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More