ସଲମାନଙ୍କ ଭଉଣୀଙ୍କୁ ଛାଡ଼ପତ୍ର ପରେ ଏବେ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ପୁଲକିତ ସମ୍ରାଟ
ଫିଲ୍ମ ‘ପାଗଳପନ୍ତୀ’ ଭଳି ସୁପରହିଟ ଫିଲ୍ମରେ କାମ କରିଥିବା ଅଭିନେତା ପୁଲକିତ ସମ୍ରାଟ ଖୁବ କମ ସମୟ ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଜି ପୁଲକିତ ସମ୍ରାଟଙ୍କ ୩୬ ତମ ଜନ୍ମଦିନ । ଆକ୍ଟର ପ୍ରୋଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସନାଲ ଲାଇଫ ପର୍ଯ୍ୟନ୍ତ ଖୁବ ଚର୍ଚ୍ଚାରେ ରହିଥାନ୍ତି ।
ପୁଲକିତ ୨୦୧୪ରେ ସଲମାନଙ୍କ ଭଉଣୀଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ବିବାହ ମାତ୍ର ୧୧ ମାସ ଚାଲିଥିଲା ଓ ୨୦୧୫ରେ ଡିଭୋର୍ସ ହୋଇଗଲା । ତେବେ ୟାମିଙ୍କ ସହିତ ପୁଲକିତଙ୍କର ଅଫେୟର ଥିଲା ବୋଲି ଶୁଣିବାକୁ ମିଳୁଥିଲା । କେବଳ ସେତିକି ନୁହେଁ ସଲମାନଙ୍କ ଭଉଣୀ ଶ୍ୱେତା ଏହି ଅଭିଯୋଗ ଆଣିଥିଲେ । କିନ୍ତୁ ପୁଲକିତ ଏହାକୁ ମନା କରିଥିଲେ । ଦୁଇଜଣଙ୍କୁ ଫିଲ୍ମ ସନମରେ ଦେଖିବାକୁ ମିଳିଥିଲା ।
ବର୍ତ୍ତମାନର ଖବର ଅନୁସାରେ ପୁଲକିତ କୃତି ଖରବନ୍ଦାଙ୍କୁ ଡେଟ କରୁଛନ୍ତି । ଦୁଇଜଣଙ୍କ ଅଫେୟର ଖବର ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।