Only for Entertainment

ପଂଜାବୀ ଫିଲ୍ମ ଦିଲ ଦିୟା ଗଲାଁ’ର ଟ୍ରେଲର ରିଲିଜ , ଦେଖିବାକୁ ମିଳିଲା ପରମୀଶ ବର୍ମା ଏବଂ ବାମିକା ଗବିଙ୍କ ରୋମାଂଟିକ କେମେଷ୍ଟ୍ରି !

29

ପଂଜବୀ ସିନେମା ଧୀରେ ଧୀରେ ନିଜ ପାଦ ଥାପିବାରେ ଲାଗିଛି । ଚଳିତ ବର୍ଷ ଅନେକ ବଡ ବଡ ପଂଜାବୀ ଫିଲ୍ମ ରିଲିଜ ହେବାକୁ ଯାଉଛି, ସେଥିମଧ୍ୟରୁ ଗୋଟେ ହେଉଛି ଦିଲ ଦିୟା ଗଲାଁ । ଏହା ଏକ ରୋମାଂଟିକ ଫିଲ୍ମ ଅଟେ, ଯାହାକୁ ଦର୍ଶକ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ଏହାର ଟ୍ରେଲର ଲଂଚ ହୋଇଛି । ଯାହା ୟୁଟ୍ୟୁବରେ ଆସୁ ଆସୁ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହାକୁ ୩୬ଲକ୍ଷ ରୁ ଅଧିକ ଥର ଦେଖି ଯାଇସରିଲାଣି । ପରମିଶ ବର୍ମା ଏବଂ ବାମିକା ଗବୀଙ୍କ ଏହି ଫିଲ୍ମ ଏକ କ୍ୟୁଟ ଲଭଷ୍ଟୋରୀ ଫିଲ୍ମ ବୋଲି ଅନୁମାନ ହେଉଛି ।

ଦିଲ ଦିୟା ଗଲାର ଟ୍ରେଲରେ ଲଡ୍ଡି ଏବଂ ନତାଶାଙ୍କ କାହାଣୀ ଦେଖିବାକୁ ମିଳିବ । ଲଡ୍ଡିକୁ ନତାଶା ସହ ଲଭ ହୋଇଯାଇଛି । ନତାଶା ସୋସିଆଲ ମିଡିଆରେ ଷ୍ଟାର ଅଟେ । ପ୍ରେମ ଏବଂ ସେଥିରେ ଥିବା ଟ୍ୱିଷ୍ଟ ଦେଖିବାକୁ ମିଳିବ ଏହି ଫିଲ୍ମରେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ପରମୀଶ ପଂଜାବୀ ସିନେମାର ପରିଚିତ ଅଭିନେତା, ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀ ଅଟନ୍ତି । ସେ କୃପାଣ ଏବଂ ରକି ମେଂଟାଲ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ସେହିଭଳି ବାମିକା ବଲିଉଡ ଫିଲ୍ମରୁ ଡେବ୍ୟୁ କରିଥିଲେ । ୨୦୧୧ରେ ସୋନମ ଏବଂ ସାହିଦ କପୁରଙ୍କ ଫିଲ୍ମ ‘ମୌସମ’ରେ ନଜର ଆସିଥିଲେ । ଏଥିରେ ସେ ସାଇଡ ରୋଲରେ ନଜର ଆସିଥିଲେ ଏବଂ ଏହାପରେ ସିକ୍ସିଟିନ ଫିଲ୍ମରେ ମଧ୍ୟ ବାମିକା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More