Only for Entertainment

ଦମଦାର ଫିଲ୍ମ ନେଇ ଆସୁଛନ୍ତି ଆଲିୟା , ଦେଖନ୍ତୁ ଟ୍ରେଲର ।

news18
0 47

ଆଲିୟା ଭଟ୍ଟଙ୍କ ଫିଲ୍ମ ‘ରାଜି’ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ରହି ଆସିଛି । ଫିଲ୍ମ ଟିଜର ଏବଂ ଦୁଇଟି ପୋଷ୍ଟର ରିଲିଜ ହେବା ପରେ ଏବେ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଧମାକାଦାର ଟ୍ରେଲରକୁ ଆଲିୟା ଭଟ୍ଟଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି । ଏହି ଟ୍ରେଲରରେ ଆଲିୟାଙ୍କ ଅନ୍ଦାଜ ଖୁବ ନିଆରା ରହିଛି ।

ଜାସୁସ ଭୂମିକାରେ ନଜର ଆସିବେ ଆଲିୟା ଏବଂ ଆଲିୟାଙ୍କ ସହ ମସାନ ଏବଂ ରମନ ରାଘବ୨.୦ରେ ଅଭିନୟ କରିଥିବା ବିକ୍କି କୌଶଲ ନଜର ଆସିବେ । ଆଲିୟା ପ୍ରଥମ ଥର ପାଇଁ ବିକ୍କିଙ୍କ ସହ ରୂପେଲି ପରଦାରେ ନଜର ଆସିବେ । ଏହି ଫିଲ୍ମଟିକୁ ଧର୍ମା ପ୍ରଡକ୍ସନ ପ୍ରସ୍ତୁତ କରିଛନ୍ତି ।

ଏହି ଫିଲ୍ମ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଠାରେ ଆମେ କହି ରଖୁଛୁ ଯେ ଆଲିୟାଙ୍କ ନାମ ଫିଲ୍ମରେ ସେହମତ ରଖାଯାଇଛି । ସେ କଶ୍ମୀର ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ଟ୍ରେଲରରେ ସିଧାସାଧା ଦେଖାଯାଉଥିବା ଆଲିୟା ପାକିସ୍ତାନୀ ସେନା ଅଧିକାରୀଙ୍କୁ ବିବାହ କରି ପାକିସ୍ତାନର ଜାସୁସୀ କରୁଛନ୍ତି । ସେ ଭାରତର ଆଖି ଏବଂ କାନ ହୋଇ ପାକିସ୍ତାନରେ ପ୍ରବେଶ କରିବେ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଫିଲ୍ମର କାହାଣୀ ହରିନ୍ଦର ଏସ ସିକ୍କାଙ୍କ ନୋବେଲ ‘କଲିଂ ସିକ୍କା’ କାହାଣୀରୁ ପ୍ରେରିତ ଅଟେ । ୧୧ଅପ୍ରେଲରେ ପରଦାରେ ରିଲିଜ ହେବ ରାଜି ଫିଲ୍ମ । ଏହାର ନିର୍ଦ୍ଦେଶନା କରିଛନ୍ତି ତଲବାର ଫିଲ୍ମର ନିର୍ଦ୍ଦେଶକ ‘ମେଘନା ଗୁଲଜର’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More