ବଲିଉଡର ଜଣାଶୁଣା କୋରିଓଗ୍ରାଫର ଏବଂ ଡାଇରେକ୍ଟର ରୋମୋ ଡିସୁଜା ଆଜି ନିଜର ୪୫ଚମ ଜନ୍ମଦିନ ପାଳନ କରୁଛନ୍ତି । ରେମୋ ଆଜି ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ସେ ଅନେକ ସଂଘର୍ଷ କରିଛନ୍ତି ।
ସେହିପରି ଅନ୍ୟପକ୍ଷେ ରେମାଙ୍କ ଆଗାମୀ ଫିଲ୍ମ ‘ରେସ-୩’ ରିଲିଜ ହେବାକୁ ଯାଉଛି । ତେବେ ରେମୋଙ୍କ ଜନ୍ମଦିନ ଅବସରରେ ‘ରେସ-୩’ର ଟିମ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସଲମାନ ଖାନ ଫିଲ୍ମର ଟୁଇଟର ଆକାଉଣ୍ଟରେ କେ ଭିଡିଓ ଶେୟାର କରାଯାଇଛି ଯେଉଁଥିଲେ ‘ରେସ-୩’ର ସମସ୍ତ କଳାକାର ତାଙ୍କୁ ନିଜ ନିଜ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓକୁ କିଛି ସମୟ ପୂର୍ବରୁ ଶେୟାର କରାଯାଇଛି । ଆସନ୍ତୁ ଦେଖିବା ଭିଡିଓ…
Aur yeh video just for you, @remodsouza! Happy birthday. #Race3 #Race3ThisEid@BeingSalmanKhan @tipsofficial @RameshTaurani @Asli_Jacqueline @thedeol @AnilKapoor @Saqibsaleem @ShahDaisy25@Freddydaruwalahttps://t.co/sg2Tm9eAUK
— Salman Khan Films (@SKFilmsOfficial) April 1, 2018
ସୂଚନା ଅନୁସାରେ ଫିଲ୍ମ ‘ରେସ-୩’ର ଅନ୍ତିମ ପର୍ଯ୍ୟୟର ସୁଟିଂ ଆବୁଧାବିରେ କରାଯାଉଛି । ଏହି ଫିଲ୍ମ ୧୫ ଜୁନ ଇଦରେ ରିଲିଜ ହେବ ।