Only for Entertainment

ସିଦ୍ଧାର୍ଥଙ୍କ ସହ ‘ଦୋସ୍ତାନା-୨’ରେ ନଜର ଆସି ପାରନ୍ତି ରାଜକୁମାର ରାଓ

indiatvnews
28

ରାଜକୁମାର ରାଓ ବର୍ତମାନ ସବୁ ପ୍ରଡ୍ୟୁସରଙ୍କ ପ୍ରଥମ ପସନ୍ଦ ଅଟନ୍ତି । ତାଙ୍କ ହାତରେ ଏବେ ପ୍ରେଜେକ୍ଟର ଲାଇନ ଲାଗିଛି ଓ ଏହା ମଧ୍ୟରେ ଶୁଣିବାକୁ ମିଳିଛିି କି, ସେ ବହୁତ ଶୀଘ୍ର ଧର୍ମା ପ୍ରଡକ୍ସନ ସହିତ  ମଧ୍ୟ ବହୁତ ଶୀଘ୍ର କାମ କରିପାରନ୍ତି । ମିଳିଥିବା ରିପୋର୍ଟ ମୁତାବିକ୍ ରାଜକୁମାରଙ୍କୁ ଧର୍ମା ପ୍ରଡକ୍ସନ ନିଜର ଏକ ଆଗାମୀ ଫିଲ୍ମରେ ସାଇନ କରିସାରିଛନ୍ତି ।

ଶୁଣାଯାଉଛି କି, ଏହା ୨୦୦୮ରେ ରିଲିଜ ହୋଇଥିବା ହିଟ୍ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲର ବୋଲି । ଏହି ସିନେମାରେ ରାଜକୁମାରଙ୍କ ସହିତ ସିର୍ଦ୍ଧାଥ ମଲହୋତ୍ରାଙ୍କ ମଧ୍ୟ ନଜର ଆସିପାରନ୍ତି । ଏ ପର୍ଯ୍ୟନ୍ତ ପ୍ରଡକ୍ସନଙ୍କ ହାଉସ ପକ୍ଷରୁ ଅନ୍ୟ କଳାକାରଙ୍କ ବିଷୟରେ ସ୍ପଷ୍ଟ କରାଯାଇ ନାହିଁ , କିନ୍ତୁ ଏହି ପ୍ରେଜେକ୍ଟ ଉପରେ କାମ ଆରମ୍ଭ ହୋଇ ଗଲାଣି ।

janhvi-sidharth

ଯଦି ଏହି  ଫିଲ୍ମ ପାଇଁ ରାଜକୁମାର ହଁ କହୁଛନ୍ତି, ତେବେ ଧର୍ମା ପ୍ରଡକ୍ସନ ସହିତ ରାଜକୁମାରଙ୍କର ଏହା ପ୍ରଥମ ଫିଲ୍ମ ହେବ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଫିଲ୍ମରେ ସିଦ୍ଧାର୍ଥ ଏବଂ ରାଜକୁମାର ରାଓହ୍କ ବ୍ୟତିତ ଜାହ୍ନବୀ କପୁର ମଧ୍ୟ ନଜର ଆସିପାରନ୍ତି ।

ନିକଟରେ ରାଜକୁମାରଙ୍କ ‘ଏକ ଲଡିକି କୋ ଦେଖା ତୋ ଐଶା ଲଗା’ ଓ ‘ସ୍ତ୍ରୀ’ ବକ୍ସ ଅଫିସରେ ଦମଦାର ଆୟ କରିଥିଲା । ‘ଏକ ଲଡକି କୋ ଦେଖା ତୋ ଐଶା ଲଗା’ରେ ରାଜକୁମାରଙ୍କ ବିପକ୍ଷରେ ସୋନମ କପୁର ଅଭିନୟ କରିଥିବା ବେଳେ, ‘ସ୍ତ୍ରୀ’ରେ ତାଙ୍କ ବିପକ୍ଷରେ ଥିଲେ ଶ୍ରଦ୍ଧା କପୁର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More