Only for Entertainment

ଅଭିନୟ ଛାଡ଼ି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା ।

telly chakkar
0 42

ଟିଭିର ଜନପ୍ରିୟ ଶୋ ସାରାଭାଇ ଭର୍ସେସ ସାରା ଭାଇରେ ନଜର ଆସିଥିବା ଅଭିନେତା ରାଜେଶ କୁମାର ଅଭିନୟ ଛାଡ଼ି ଫିଲ୍ମ ଦୁନିଆରୁ ଦୂରତା ସୃଷ୍ଟି କରିଛନ୍ତି । ଏବେ ବିହାରର ଏକ ଗାଁକୁ ସ୍ମାର୍ଟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି । ରାଜେଶ ସେହି ଶୋ’ରେ କମେଡି କରୁଥିବାର ନଜର ଆସିଥିଲେ । କିନ୍ତୁ ଏବେ ସେ ଅଭିନୟ ଛାଡ଼ି ବିହାରର ଗାଁ ବର୍ମାରେ ନିଜ ପରିସ୍ଥିତି ସୁଧାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ ଚାଷ ଉପରେ ସୂଚନା ଦେବା ସହିତ ଶୂନ୍ୟ ବଜେଟ ଆଧ୍ୟାମିôକ ଚାଷ କରିବା ଆରମ୍ଭ କରି ସାରିଛନ୍ତି ।

ଏକ ମିଡିଆ ରିପୋର୍ଟ ଅନୁସାରେ ରାଜେଶ କହିଲେଯେ ଦିନେ ସେ ଏକ ଆମ୍ବ ଗଛ ତଳେ ବସିଥିବା ସମୟରେ ତାଙ୍କୁ ଏକ ଆଇଡିଆ ଆସିଲା । ଏହାପରେ ସେ ଗାଁର ଉନ୍ନତି କରିବା କଥା ଚିନ୍ତା କଲେ । ଏହାପରେ ସେ ଯିବାର ନିଷ୍ପତ୍ତି ନେଲେ ଏବଂ ଯେତେବେଳେ ସେଠାରେ ପହଂଚିଲେ ସେ ଦେଖିଲେଯେ ସେଠାରେ ଜଳ ଏବଂ ବିଜୁଳିର ବ୍ୟବସ୍ଥା ନଥିଲା । ଏହାର ଯୋଗାଣ ପାଇଁ ସେ ଗାଁ ଲୋକଙ୍କର ସାହାଯ୍ୟ ନେଲେ । ଏବେ ଧିରେ ଧିରେ ଗାଁର ଅବସ୍ଥା ସୁଧାରୁଛନ୍ତି ଏବଂ ନିଜ କାମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More