Only for Entertainment

Petta Trailer Release: 90sର ଲୁକରେ ରଜନୀକାନ୍ତ, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନବାଜୁନଦ୍ଦିନ ସିଦ୍ଦିକି ।

you tube
26

୨.୦ର ସଫଳତା ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ନିଜର ଆଗାମୀ ଫିଲ୍ମରେ ଧମାଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଭିନେତା ରଜନୀକାନ୍ତଙ୍କ ମଲ୍ଟିଷ୍ଟାରର ଫିଲ୍ମ ପେଟ୍ଟାର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ନବାଜୁଦ୍ଦିନ ସିଦ୍ଦିକି, ତୃଷା, ବବି ସିହ୍ମା, ବିଜୟ ସେଖୁପଥୀ, ସିମରନ ବଗୀଙ୍କ ପରି କାଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ନ୍ୟୁ ଇୟର ଅବସରରେ ରଜନୀକାପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ସ୍ପେଶାଲ ଟ୍ରିଟ ବୋଲି କୁହାଯାଉଛି । ଫିଲ୍ମ ୧୦ ଜାନୁଆରୀରେ ରିଲିଜ ହେବ ।

କହିରଖୁଛୁ ଯେ, ପେଟ୍ଟା ରଜନୀକାନ୍ତଙ୍କ ୧୬୫ତମ ଫିଲ୍ମ । ଫିଲ୍ମରେ ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ଅଭିନୟ କରି ଖୁବ ଖୁସି ଥିବା କହିଛନ୍ତି । ଟ୍ରେଲରରେ କେବଳ ରଜନୀକାନ୍ତ ହିଁ ସବୁଠି ନଜର ଆସିଛନ୍ତି । ଏହା ସହିତ ନବାଜଙ୍କ ଝଲକ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମରେ ନବାଜ ନର୍ଥ ଇଣ୍ଡିଆନ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ ନବାଜ ଫିଲ୍ମରେ କଳନାୟର ଭୂମିକା ତୁଲାଇଛନ୍ତି ।

ଫିଲ୍ମର ସୁଟିଂ ଉତ୍ତରାଖଣ୍ଡରେ କରାଯାଇଛି । ଫିଲ୍ମର ଟ୍ରେଲରରେ ଅଭିନେତ୍ରୀ ସିମରନ ବଗୀଙ୍କ ସହିତ ରଜନୀକାନ୍ତଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିଦ୍ଦେଶକ ଅଛନ୍ତି କାର୍ତ୍ତିକ ସୁଭରାଜ । ଫିଲ୍ମରେ ରଜନୀଙ୍କୁ ଗ୍ୟାଙ୍ଗଷ୍ଟାର ଅବତାରରେ ଦେଖିବାକୁ ମିଳିବ । ଫିଲ୍ମ ଦର୍ଶକଙ୍କୁ ୧୯୮୦-୯୦ ଦଶକର କଥା ମନେପକାଇଦେବ ।

ଦେଖନ୍ତୁ ଟ୍ରେଲର-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More