Only for Entertainment

‘ସ୍ତ୍ରୀ’ ପରେ ଡରାଇ ଡରାଇ ହସାଇବେ ରାଜକୁମାର ରାଓ, ସାଥ ଦେଇ ପାରନ୍ତି ଜାହ୍ନବୀ କପୁର

CineBlitz
48

ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଧଡକ’ରେ ଡେବ୍ୟୁ କରିବା ପରେ ଜାହ୍ନବୀ କପୁରଙ୍କ ପାଖରେ ଏବେ ବଡ ପ୍ରୋଜେକ୍ଟ ରହିଛି । ଇଣ୍ଡଷ୍ଟ୍ରୀର ଅନେକ ନିର୍ଦ୍ଦେଶକ ଏବଂ ନିର୍ମାତା ଜାହ୍ନବୀଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଚାହିଁ ରହିଛନ୍ତି । ନିକଟରେ କରଣ ଜୋହର ନିଜ ଆଗାମୀ ମଲ୍ଟିଷ୍ଟାରର ଫିଲ୍ମ ‘ତଖ୍ତ’ରେ ନେବା ପାଇଁ ଘୋଷଣା କରି ସାରିଛନ୍ତି । ଏହା ବ୍ୟତିତ ସେ ଗୁଞ୍ଜନ ସକ୍ସେନାଙ୍କ ବୟୋପିକ ଫିଲ୍ମରେ ମଧ୍ୟ ନଜର ଆସିବେ । ଏବା ଜାହ୍ନବୀଙ୍କୁ ନେଇ ଏ କ ନୂଆ ଖବର ସାମ୍ନାକୁ ଆସିଛି ।

jahnvi and rajkumar

ଖବର ଅନୁସାରେ ଦିନେଶ ବିଜାନଙ୍କ ଆଗାମୀ ଫିଲ୍ମ ପାଇଁ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆପ୍ରୋଚ କରାଯାଇଛି । ଯଦି ସବୁ ଠିକ ରୁହେ ତେବେ ଏହି ଫିଲ୍ମରେ ଜାହ୍ନବୀ ଏବଂ ରାଜ କୁମାରଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ ।

ଆମେ ପୂର୍ବରୁ ଆପଣଙ୍କୁ ଜଣାଇଥିଲୁ ଯେ, ନିର୍ଦ୍ଦେଶକ ଦିନେଶ ବିଜାନ ଫିଲ୍ମ ‘ସ୍ତ୍ରୀ’ର ସଫଳତା ପରେ ରାଜ କୁମାରଙ୍କ ସହିତ ଏକ ହରର-କମେଡି ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମ ପାଇଁ ମେକର୍ସ ଜାହ୍ନବୀଙ୍କୁ ଆପ୍ରୋଚ କରିଛନ୍ତି । ଯଦି ଜାହ୍ନବୀ ହଁ କୁହନ୍ତି ତେବେ ଏକ ଫ୍ରେସ ଯୋଡି ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More