Only for Entertainment

ସାଉଥର ଟପ ଅଭିନେତ୍ରୀଙ୍କ ଠାରୁ ମଧ୍ୟ ଅଧିକ ‘ଶିବଗାମୀ ଦେବୀ’ଙ୍କ ଫିସ, ଜାଣନ୍ତୁ ଗୋଟଏ ଫିଲ୍ମ ପାଇଁ ନେଉଛନ୍ତି କେତେ କୋଟି ।

zee news
0 53

ସାଉଥ ସିନେମାର ସୁପରହିଟ ଫିଲ୍ମ ‘ବାହୁବଳୀ’ରେ କାମ କରିଥିବା ସବୁ କଳାକାରମାନଙ୍କୁ ପୁରା ଦୁନିଆରେ ନୂଆ ପରିଚୟ ମିଳିଛି । ଏହି ଫିଲ୍ମ ହିଟ ହେବା ପରେ ଫିଲ୍ମରେ କାମ କରିଥିବା କଳାକାରମାନେ ନିଡର ଫିସକୁ ମଧ୍ୟ ବଢାଇଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଭିନେତ୍ରୀ ରାମ୍ୟା କୃଷ୍ଣା ମଧ୍ୟ ସାମିଲ ଅଛନ୍ତି । ରାମ୍ୟା ‘ବାହୁବଳୀ’ର ଉଭୟ ପାର୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ଶିବଗାମୀ ଦେବୀଙ୍କ ଭୂମିକାରେ ନଜର ଆସିଥିବା ରାମ୍ୟାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ରିପୋର୍ଟ ଅନୁସାରେ ବାହୁବଳୀର ସଫଳତା ପରେ ରାମ୍ୟା ନିଜ ଫିସକୁ ବଢାଇଦେଇଛନ୍ତି ।

baahubali

ଖବର ଅନୁସାରେ ରାମ୍ୟା ସାଉଥର ଟପ ଅଭିନତ୍ରୀଙ୍କ ତାଲିକାରେ ସାମିଲ ଥିବା ତମନ୍ନା ଭାଟିଆ ଏବଂ ରାକୁଲ ପ୍ରିତଙ୍କ ଠାରୁ ମଧ୍ୟ ଅଧିକ ଫିସ ନେଉଛନ୍ତି । ରାମ୍ୟା ଏବେ ଫିଲ୍ମ ‘ସୈଲାଜା ରେଡ୍ଡୀ ଅଲ୍ଲୁଦୂ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଗୋଟିଏ ଦିନର ସୁଟିଂ ପାଇଁ ୬ ଲକ୍ଷ ଚାର୍ଜ କରୁଛନ୍ତି । ଏହି ଫିଲ୍ମ ପାଇଁ ସେ ୨୫ ଦିନ ସୁଟିଂ କରିବେ ସେଥିପାଇଁ ସେ ସମୁଦାୟ ୧.୫୦ କୋଟି ନେବେ । ତେବେ ରାମ୍ୟାଙ୍କ ଫିସ ସାଉଥର ଟପ ଅଭିନେତ୍ରୀଙ୍କ ଠାରୁ ମଧ୍ୟ ଖୁବ ଅଧିକ ।

ଖବର ଅନୁସାରେ ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ଗୋଟିଏ ଫିଲ୍ମ ପାଇଁ ୬୫ ଲକ୍ଷ ଟଙ୍କା ନେଇଥାନ୍ତି । ସେହିପରି ରାକୁଲ ପ୍ରିତ ଗୋଟିଏ ଫିଲ୍ମ ପାଇଁ ୧ କୋଟି ନେଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More