ବାହୁବଳୀ ଫେମ ଭଲ୍ଲାଲଦେବ ବା ରାଣା ଦଗୁବତୀଙ୍କ ଅଭିନୟକୁ ଖୁବ ପ୍ରଶଂସା କରନ୍ତି ଦର୍ଶକ । ତେବେ ନିକଟରେ ତାଙ୍କ ବ୍ରେକଅପର ଖୁଲାସା ହୋଇଛି । ବାସ୍ତବରେ ରାଣା ତ୍ରିଶାଙ୍କ ସହିତ ଲମ୍ବା ସମୟ ଧରି ରିଲେସନସିପରେ ଥିଲେ । ଦୁଇ ଜଣଙ୍କ ସଂପର୍କକୁ ନେଇ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଲା କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇ ଜଣ ଅଲଗା ହୋଇଗଲେ । ଅବଶ୍ୟ ଦୁଇ ଜଣ କେବେ ମଧ୍ୟ ସଂପର୍କକୁ ନେଇ ଖୋଲିକରି କହି ନାହାଁନ୍ତି । ତେବେ ନିକଟରେ କଫି ୱିଦ କରଣରେ ରାଣା ତାଙ୍କ ସଂପର୍କକୁ ନେଇ ଖୋଲିକରି କହିଛନ୍ତି । ସଂପର୍କରେ କାହିଁକି ପୂର୍ଣ୍ଣଛେଦ ପକାଇଲେ ରାଣା ତାହାର ଖୁଲାସା କରିଛନ୍ତି ।
ପ୍ରଥମେ କରଣଙ୍କ ଏପ ପ୍ରଶ୍ନରେ ରାଣା କହିଲେଯେ ସେ ସିଙ୍ଗଲ ଅଛନ୍ତି,କିନ୍ତୁ ଯେତେବେଳେ କରଣ ତାଙ୍କ ସଂପର୍କକୁ ନେଇ ପ୍ରଶ୍ନ କଲେ ରାଣା ପ୍ରଥମେ କହିଲେଯେ ସେ ଭଲ ବନ୍ଧୁ କିନ୍ତୁ ପୁଣିଥରେ କରଣ ଭିନ୍ନ ଭାବରେ ପଚାରିବାରୁ ରାଣା କହିଲେଯେ ସେ ୧୦ ବର୍ଷ ହେବ ଏହି ସଂପର୍କକୁ ସମ୍ଭାଳି ରଖିଲେ, ପରସ୍ପରକୁ ଡେଟ କଲେ, କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣାର ଅଭାବ ଦେଖାଗଲା ।ତେଣୁ ସେ ବାଧ୍ୟ ହୋଇ ବ୍ରେକ ଅପ କଲେ ।
ତେବେ ରାଣା ଏବଂ ପ୍ରଭାସ ଏହି ଶୋ’ରେ ଏକା ସାଙ୍ଗରେ ପହଂଚିଥିଲେ । ଯେଉଁଥିରେ ଉଭୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କେତେକ ଆଲୋଚନା କରାଗଲା ।