Only for Entertainment

ସଫଳ ହେଲା ରାନୀଙ୍କ ହିଚକି, ପୂରା ଟିମ କଲେ ସେଲିବ୍ରେସନ ।

deccan chronicle
0 41

ଗତ ସପ୍ତାହରେ ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ହିଚକି । ଏହି ଫିଲ୍ମ ଜରିଆରେ ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ୪ ବର୍ଷର ବ୍ୟବଧାନ ପରେ ଅଭିନୟକୁ ବ୍ୟାକ କରିଛନ୍ତି । ତେବେ ଫିଲ୍ମର କାହାଣୀ ବେଶ ଭିନ୍ନ ରହିଥିବାବେଳେ ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସି ପାରିଛି । ଆଉ ଏହା ବକ୍ସ ଅଫିସରେ ବି ଭଲ ରୋଜଗାର କରୁଥିବା ଦେଖିବାକୁ ମିଳୁଛି । ତେବେ ନିକଟରେ ଅଭିନେତ୍ରୀ ରାନୀ ଓ ତାଙ୍କ ଫିଲ୍ମ ହିଚିକର ସମସ୍ତ ଟିମ୍ ଫିଲ୍ମର ସଫଳତାକୁ ବେଶ ଜବରଦସ୍ତ ଭାବେ ସେଲିବ୍ରେଟ କରିଛନ୍ତି ।

06d79302ebbfa29407b2cb8e4e8b1434d7f4c945-tc-img-preview

ଅଭିନେତ୍ରୀ ରାନୀ ନିଜର ପୁରା ଟିମ୍ ସହ ହିଚକିର ସଫଳତାକୁ ମନେଇଛନ୍ତି । ଫିଲ୍ମଟି ୨୩ ମାର୍ଚ୍ଚରେ ଆସିଥିଲା ପରଦାକୁ । ଦମଦାର୍ କାହାଣୀ ସହ ଏହି ସିନେମାଟି ହଲରେ ବେଶ ଭଲ ପ୍ରଦର୍ଶିତ ହେଉଛି । ୨୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ପ୍ରଥମ ସପ୍ତାହରେ ୨୨ କୋଟିର ରୋଜଗାର କରିବାରେ ସଫଳ ହୋଇପାରିଥିଲା । ଫଳରେ ସିନେମାର ସଫଳତାକୁ କେକ କାଟି ସେଲିବ୍ରେଟ କରିଛନ୍ତି । ଫିଲ୍ମରେ ଜଣେ ଶିକ୍ଷୟତ୍ରୀ ନୈନା ମାଥୁର୍ ଭୂମିକାରେ ରାନୀଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିଥିଲା । ସ୍ପିଚ ଡେଭିସିଏନ୍ସି ଥିବା ନୈନା କିଭଳି ଦୁଷ୍ଟ ପିଲାଙ୍କ ଏକ ଗ୍ରୁପକୁ ପଢାଇ ତାଙ୍କୁ ଭଲ ଦିଗ ଦେଇ ପାରିଛନ୍ତି, ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଏହି ସିନେମାକୁ ଭଲ ରେସ୍ପନ୍ସ ମିଳିଥିବାରୁ ଅଭିନେତ୍ରୀ ରାନୀ ବେଶ ଖୁସି ଥିବା କହିଛନ୍ତି ।

rani mukharji

ଏହି ସକସେସ୍ ପାର୍ଟିରେ ଅଭିନେତ୍ରୀ ରାନୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ କଥା ସେୟାର କରିଥିଲେ । ବିଶେଷ କରି ଝିଅ ଆଦିରାକୁ ନେଇ ଖାସ କଥା କହିଥିଲେ । କିଭଳି ସୁଟିଂ ସମୟରେ ନିଜ ଝିର ଜତ୍ନ ନିଅନ୍ତି ସେ ବିଷୟରେ ରାନୀ କିଛି ଖାସ କଥା କହିଥିଲେ । ଏହାସହ ଝିଅ ଅଦିରା ଓ ସ୍ୱାମୀ ଆଦିତ୍ୟ ଚୋପ୍ରା କିଭଳି ତାଙ୍କ ମେକଅପ୍ ଲୁକକୁ ହେଟ କରନ୍ତି ସେ ବିଷୟରେ ରାନୀ ଏହି ଅବସରରେ କହିଥିଲେ । ରାନୀ ୨୧ ଏପ୍ରିଲ୍, ୨୦୧୪ରେ ରାନୀ ମୁଖାର୍ଜୀଙ୍କୁ ବିବାହ କରିଥିଲେ ଏବଂ ଡିସେମ୍ବର ୯, ୨୦୧୫ରେ ସେ ଆଦିରାଙ୍କ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ତେବେ ଆଗକୁ ଭଲ ସ୍କ୍ରିପ୍ଟ ମିଳିଲେ, ନିଜ ଅଭିନୟ ଜାରି ରଖିବେ ବୋଲି ରାନୀ ଏହି ଅବସରରେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More