ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚକି’ ୧୯ଜୁଲାଇରେ ଇଙ୍କାଲୀରେ ହେବାକୁ ଥିବା ୪୯ତମ ଗିଫୋନୀ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିବ । ଏହି ପ୍ରେରଣାଦାୟକ ଫିଲ୍ମରେ ରୁଢିବାଦିତା ବିରୁଦ୍ଧରେ ଏକ ପ୍ରଗତିଶୀଳ ସଂନ୍ଦେଶ ଦେବା ପାଇଁ ପ୍ରୟାସ କରାଯାଇଛି ।
ଫିଲ୍ମରେ ରାନୀ ଏକ ସ୍କୁଲ ଶିକ୍ଷୟତ୍ରୀ ଭୂମିକା ତୁଲାଇଛନ୍ତି , ଯିଏକି ଆର୍ଥିକ ଦୁର୍ବଳତା ଥିବା ପିଲାମାନଙ୍କ ଜୀବନ ବଦଳାଇବା ପାଇଁ ପ୍ରୟାସ କରିଛନ୍ତି । ସେ ନିଜେ ଟୁରେଟ ସିଣ୍ଡ୍ରୋମରେ ପୀଡିତ , ଏହାର ଅର୍ଥ ଯେଉଁଥିରେ ବ୍ୟକ୍ତିର ଶାରୀରିକ ହାବ-ଭାବ କିଛି ମାତ୍ରାରେ ପରିବର୍ତ୍ତନ ହୋଇଯାଇଥାଏ ।
ଫିଲ୍ମ ହିଚକି’ର ନିର୍ମାତା ମନୀଷ ଶର୍ମା ଏକ ବୟାନରେ କହିଛନ୍ତି ଯେ ହିଚକି ଏକ କ୍ଲାସିକ ଅଣ୍ଡରଡଗ କାହାଣୀ ଅଟେ । ଯାହା ସାରା ଦୁନିଆର ଦର୍ଶକଙ୍କୁ ଏଳାସହ ଯୋଡି ରଖେ । ଏଥିରେ ଏକ ସାର୍ବଭୌମିକ କାହାଣୀ ରହିଛି ଯାହା ପ୍ରେରଣାଦାୟକ ହେବାସହ ହୃଦୟକୁ ଛୁଇଁପାରିଛି ।