Only for Entertainment

ଏକାଠି ହେଲେ ବିଶ୍ୱସୁନ୍ଦରୀ ଓ ବାଜିରାଓ

youtube
0 44

ବଲିଉଡ୍ ବାଜିରାଓ ରଣବୀର୍ ସିଂ ଓ ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲାରଙ୍କ ଭିତରେ ବନ୍ଧୁତା କଥା ତ’ ପ୍ରାୟ ସଭିଏଁ ଜାଣିଥିବେ । ପୂର୍ବରୁ ଫିଲ୍ମଫେୟାର୍ ଆୱାର୍ଡ ମଂଚରେ ଏମାନଙ୍କ ଭିତରେ ବେଶ ଭଲ ବଣ୍ଡିଂ ଦେଖିବାକୁ ମିଳିଥିଲା । ଏହାଛଡା ମାନୁଷୀଙ୍କ ସହ ଲାଇଭ୍ ଭିଡିଓରେ ବି ଫ୍ଲର୍ଟ କରି ଚର୍ଚ୍ଚାରେ ରହିଥିଲେ ରଣବୀର । ତେବେ ଦୁହିଁଙ୍କ ଏହି ୟାରି ଏତେ ଜମିଗଲା ଯେ, ଏମାନଙ୍କୁ ମିଳିଲା ଏକାଠି କାମ କରିବାର ସୁଯୋଗ । ଆଉ ବଲିଉଡ୍ରେ ଏଂଟ୍ରି କରିବା ପୂର୍ବରୁ ଏମାନଙ୍କୁ ନେଇ ଆସିଛି ଏକ ବିଜ୍ଞାପନ ।

ଦୁହିଁଙ୍କୁ ଏକାଠି ଏକ ଅନ୍ଲାଇନ୍ ରିଟେଲ୍ ଷ୍ଟୋର୍ ପାଇଁ ପ୍ରସ୍ତୁତ ହୋଇଥିବା ବିଜ୍ଞାପନରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବଲିଉଡ୍ ନାୟକଙ୍କ ସହ ସ୍କ୍ରିନ୍ ସେୟାର୍ କରିଛନ୍ତି ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲାର୍ । ଆଉ ଏହି ବିଜ୍ଞାପନରେ ବି ଦୁହିଁଙ୍କ ଭିତରେ ଜବରଦସ୍ତ କେମେଷ୍ଟ୍ରୀ ପରିଲକ୍ଷୀତ ହୋଇଛି । ମାନୁଷୀ ମାତ୍ର ୨୦ ବର୍ଷ ବୟସରେ ବିଶ୍ୱସୁନ୍ଦରୀ ତାଜ୍ ହାତେଇଛନ୍ତି । ଆଉ ଏହାପରେ ବ୍ରାଣ୍ଡା ଆମ୍ବାସାଡର୍ ହୋଇ କରୁଛନ୍ତି ଅନେକ ପ୍ରଡକ୍ଟର ପ୍ରମୋସନ୍ । ହେଲେ ଏବେ ବଲିଉଡ୍ ଠାରୁ ଦୁରରେ ରହିବେ ବୋଲି ସବୁବେଳେ କହି ଆସିଛନ୍ତି ମାନୁଷୀ । ମାତ୍ର ଏହି ଭିତରେ ବି ତାଙ୍କୁ ଦେଖିବାକୁ ମିଳିଛି ବଲିଉଡ୍ ବାଜିରାଓଙ୍କ ସହ ଗୋଟିଏ ଫ୍ରେମ୍ରେ । ନିଜର ପ୍ରଥମ କୋ-ଷ୍ଟାର୍ ଭାବେ ମାନୁଷୀ ବାଛିଛନ୍ତି ରଣବୀର୍ ସିଂଙ୍କୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More