Only for Entertainment

ଶାହାଜାହାନଙ୍କ ଭଳି ଅଜବ ସର୍ତ୍ତ ରଖିଲେ ରଣବୀର ଦୀପିକା ।

youtube
24

ରଣୀବର ଏବଂ ଦୀପିକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ବିବାହକୁ ନେଇ ସେମାନେ ଏଭଳି ଅଜବ ସର୍ତ୍ତ ରଖିଛନ୍ତି ଯାହା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ । କୁହାଯାଏ ଯେପରି ଶାହାଜାହାନ ମମତାଜଙ୍କ ପାଇଁ ଆଗ୍ରାରେ ତାଜମହଲ କରିଥିଲେ ଏବଂ ତାହା ଅନ୍ୟ କେହି ପୁନରାବୃତ୍ତି ନକରନ୍ତୁ ସେ କାରିଗରଙ୍କ ହାତ କାଟି ଦିଆ ଯାଇଥିଲା । ସେହିଭଳି କିଛି ଅଜବ ସର୍ତ୍ତ ଦେଖିବାକୁ ମିଳିଛି ରଣବୀର ଏବଂ ଦୀପିକାଙ୍କ ବିବାହରେ ।

deepika and ranveer

 

ନିକଟରେ ଏହି ବାହାଘରରେ ଅତିଥିମାନଙ୍କ ପାଇଁ ବି ସର୍ତ୍ତ ରହିଛି। ଖାଲି ସେତିକି ନୁହେଁ କ୍ୟାଟର୍‌ (ରୋଷେଇ ପ୍ରସ୍ତୁତକାରୀ), ରୋଷେଇଆ ଓ ଓ୍ଵଟରମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି।

 

ଶୁଣିବାକୁ ମିଳୁଛି ଯେ କ୍ୟାଟର୍‌ ଓ ସେଫ୍‌ମାନଙ୍କଠାରୁ ଏହି ବାହାଘରରେ ଏକ ବଣ୍ଡ୍‌ ଲେଖି ନିଆଯାଇଛି। ସେଥିରେ ଉଲ୍ଲେଖ ରହିଛି ରଣବୀର-ଦୀପିକାଙ୍କ ବାହାଘରରେ ସେମାନେ ଯେଉଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ତାହା ସେମାନେ ଅନ୍ୟ କୌଣସିଠାରେ ପ୍ରସ୍ତୁତ କରିବେ ନାହିଁ। ଅର୍ଥାତ୍‌ ସେହି ମେନ୍ୟୁ ସେମାନେ ଅନ୍ୟଠାରେ ବନାଇବେ ନାହିଁ। ଏଭଳି ଘଟଣା ଆଗରୁ କେବେ ବି ଘଟିନଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More