Only for Entertainment

ଫେରିବ ଦୀପିକା ରଣବୀର କପୂରଙ୍କ ଯୋଡ଼ି ।

Times of India
24

ଦୀପିକା ଏବଂ ରଣବୀର କପୁରଙ୍କ ଯୋଡ଼ି ଦିନେଖୁବ ଚର୍ଚ୍ଚାରେ ଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣଙ୍କ ମଧ୍ୟରେ ବ୍ରେକ ହେବାପରେ ଦୀପିକା ବିଷାଦକୁ ଚାଳି ଯାଇଥିଲେ ଏବଂ ଏହାପରେ ତାଙ୍କ ଜୀବନରେ ଆସିଥିଲେ ରଣବୀର ସଂ ।

ଏହି ଯୋଡ଼ିଙ୍କ ବ୍ରେକଅପ୍ ଖବର ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦର୍ଶକ ଏହି ଯୋଡ଼ିକୁ ପରଦା ଉପରେ ଏକାଠି ଦେଖିବାକୁ ଅପେକ୍ଷା କରି ବସିଛନ୍ତି । ଏବେ ଦର୍ଶକଙ୍କର ସେହି ଅପେକ୍ଷାର ଅନ୍ତ ଘଟିଛି । କାରଣ ଖୁବ୍ ଶୀଘ୍ର ଦୀପିକା ଓ ରଣବୀର୍ କପୁର୍ ଯୋଡ଼ି ବଲିଉଡ୍ର ଆଗାମୀ ଫିଲ୍ମରେ ପରଦା ଉପରକୁ ଆସିବ ବୋଲି ଖବର ମିଳିଛି । ନିର୍ଦ୍ଦେଶକ ଲଭ୍ ରଞ୍ଜନ ତାଙ୍କର ଆଗାମୀ ଫିଲ୍ମର ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଏବଂ ଏଥିରେ ମୁଖ୍ୟ ଭୂମିକା ପାଇଁ ଦୀପିକା ଓ ରଣବୀରଙ୍କୁ ସାଇନ୍ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ଅଜୟ ଦେବଗନ ମଧ୍ୟ ଅନ୍ୟ ଏକ ଗରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ୍ ମୁଭି ଭାବେ ଦର୍ଶକଙ୍କ ସାମନାକୁ ଆସିବ । ତେବେ ଫିଲ୍ମର କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ଆଜିକାଲି ଦୀପିକା ତାଙ୍କର ଆଗାମୀ ଫିଲ୍ମ ‘ଛପାକ୍’ର ସୁଟିଂରେ ବ୍ୟସ୍ତ ଥିବାବେଳେ ରଣବୀର୍ଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ୍ ଜୋର୍ସୋର୍ରେ ଚାଲିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More