Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ରେ ସଲମାନଙ୍କୁ ରିପ୍ଲେସ କରିବେ କି ରଣବୀର ସିଂ ? ଜାଣିବା ପାଇଁ ପଢନ୍ତୁ

latestly
74

ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଇଂଶାଲ୍ଲାହ’କୁ ନେଇ ଏବେ ଖୁବ ଚର୍ଚ୍ଚାରେ । କୁହାଯାଉଛି ଯେ ଫିଲ୍ମକୁ ମେକର୍ସ କିଛି ଦିନ ପାଇଁ ବନ୍ଦ କରି ଦେଇଛନ୍ତି କିନ୍ତୁ ଏହି ଫିଲ୍ମକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଦୈନିକ ଭାସ୍କର ରିପୋର୍ଟ ଅନୁସାରେ ଇଂଶାଲ୍ଲାହରେ ରଣବୀର ସିଂ ସୁପରଷ୍ଟାର ସଲମାନ ଖାନଙ୍କୁ ରିପ୍ଲେସ କରିପାରନ୍ତି । ଫିଲ୍ମରେ ଫିମେଲ ଲିଡ ଭାବେ ଆଲିଆ ଭଟ୍ଟ ନଜର ଆସିବେ ।

ରଣବୀର ସିଂ ଏବଂ ସଂଜୟ ଲୀଲା ଭଂସାଲୀ ଏକା ସହିତ ୩ଟି ଫିଲ୍ମରେ କାମ କରିଛନ୍ତି । ଏହି ତାଲିକାରେ ରାମଲୀଳା, ବାଜୀରାଓ ମସ୍ତାନୀ ଏବଂ ପହ୍ମାବତ ପରି ସୁପରହିଟ ଫିଲ୍ମ ସାମିଲ ରହିଛି । ଏହି ୩ଟି ଯାକ ଫିଲ୍ମକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏହା ସହିତ ରଣବୀକ ସିଂ ମଧ୍ୟ ଆଲିଆ ଭଟ୍ଟଙ୍କ ସହିତ ଫିଲ୍ମ ‘ଗଲି ବୟ’ରେ କାମ କରିଛନ୍ତି । ସେଥିପାଇଁ କୁହାଯାଉଛି ଯେ ଯହି ସଲମାନ ଫିଲ୍ମରେ କାମ ନ କରନ୍ତି ତେବେ ତାଙ୍କ ବଦଳରେ ରଣବୀର ସିଂ ଫିଲ୍ମରେ ନଜର ଆସିବେ ।

 

View this post on Instagram

 

THE BRUISED BANANA, HISTORY, HERITAGE. @ARSENAL @ADIDASFOOTBALL #CREATEDWITHADIDAS #DARETOCREATE

A post shared by Ranveer Singh (@ranveersingh) on

ଆପଣଙ୍କୁ କହିରଖୁଛୁ ଯେ, ସଲମାନ ଫିଲ୍ମ ‘ଇଂଶାଲ୍ଲାହ’ରେ ଡେଜୀ ଶାହ ଏବଂ ବଲୁଶା ଡିସୁଜାଙ୍କୁ କାଷ୍ଟ କରିବା ପାଇଁ ଡିମାଣ୍ଡ କରିଥିଲେ । ମାତର ସଂଜୟ ଲୀଲା ଭଂସାଲୀ ଏଥିରେ ରାଜି ହୋଇନଥିଲେ । ଫିଲ୍ମ ବନ୍ଦ ହେବାର ଏହା ଏକ କାରଣ ବୋଲି କୁହାଯାଉଛି । ସଲମାନ ଖାନ ଏହା ମଧ୍ୟ କହିଛନ୍ତି ଯେ, ଏହାକୁ ନେଇ ତାଙ୍କର ଏବଂ ସଂଜୟ ଲୀଲା ଭଂସାଲୀଙ୍କ ବନ୍ଧୁତାରେ କୌଣସି ଫରକ ଆସିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More