Only for Entertainment

ବାହୁବଳୀ ୨ – ୨.୦ ର ରେକର୍ଡ ଭାଙ୍ଗିଲା ‘ସାହୋ’, କେବଳ ଭାରତରେ ମିଳିଲା ୧୦ ହଜାର ସ୍କ୍ରିନ୍ସ

The Sentinel
377

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ’ ରିଲିଜ ପୂର୍ବରୁ ହିଁ ଅନେକ ରେକର୍ଡ ଭାଙ୍ଗିବାରେ ଲାଗିଛି । ୩୫୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ପୂରା ଦେଶରେ ବଡ ସ୍କେଲରେ ରିଲିଜ କରାଯିବ । ରିପୋର୍ଟ ଅନୁସାରେ ସୋହୋ ସ୍କ୍ରିନ ସେୟାରିଂ ମାମଲାରେ ବାହୁବଳୀ ୨ ଏବଂ ରଜନୀକାନ୍ତଙ୍କ ଫିଲ୍ମ ‘୨.୦’କୁ ପଛରେ ପକାଇଦେଇଛି ।

‘ସାହୋ’ କୁ ଭାରତରେ ୧୦ ହଜାର ସ୍କ୍ରିନରେ ରିଲିଜ କରାଯିବ । କେବଳ ଏତିକି ନୁହେଁ କିଛି ଟ୍ରେଡ ଆନାଲିଷ୍ଟଙ୍କ ଅନୁସାରେ ପ୍ରଥମ ଦିନରେ ‘ସାହୋ’ ଭାରତରେ ୭୫ କୋଟି ଆୟ କରିବ । ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ସାହୋକୁ ୨ ହଜାରରୁ ଅଧିକ ସ୍କ୍ରିନ ମିଳିଛି ।

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଫିଲ୍ମ ‘୨.୦’କୁ ଗ୍ଲୋବାଲି ୧୦ ହଜାରର ସ୍କ୍ରିନ ମିଳିଥିଲା । ସେହିପରି ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ’କୁ ପୂରା ଦୁନିଆରେ ୯ ହଜାର ସ୍କ୍ରିନ୍ସ ମିଳିଥିଲା । କହିରଖୁଛୁ ଯେ, ଫିଲ୍ମ ‘ସାହୋ’କୁ କେବଳ ନର୍ଥ ଇଣ୍ଡିଆରେ ୪୫୦୦ରୁ ଅଧିକ ସ୍କ୍ରିନ ମିଳିଛି ।

ଫିଲ୍ମରେ ପ୍ରଥମଥର ପାଇଁ ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କୁ ଏକାଠୀ ଦେଖିବାକୁ ମିଳିବ । ଫିଲ୍ମ ଚାରୋଟି ଭାଷାରେ ରିଲିଜ କରାଯିବ । ଏହା ପ୍ରଭାସଙ୍କ ପ୍ରଥମ ବଲିଉଡ ଫିଲ୍ମ ହେବ ଯେଉଁଥିରେ ସେ ନିଜ ଡାଇଲଗ ହିନ୍ଦୀରେ କହୁଥିବାର ନଜର ଆସିବେ । ଫିଲ୍ମ ୩୦ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More