Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ଖାଲି ପିଲି’ର ପ୍ରଥମ ଲୁକ, ଦେଖିବାକୁ ମିଳିଲା ଇଶାନ ଖଟ୍ଟର-ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରୀ

latestly
51

ଅଭିନେତା ଇଶାନ ଖଟ୍ଟର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଖୁବ ଶୀଘ୍ର ଫିଲ୍ମ ‘ଖାଲି ପିଲି’ରେ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ମକବୁଲ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମ ଯୁବ ପିଢିଙ୍କୁ ଧ୍ୟାନରେ ରଖି ନିର୍ମାଣ କରାଯାଉଛି । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିଛି । ମେକର୍ସଙ୍କ ସ୍ୱାରା ଏହି ଫଟୋରେ ଇଶାନ ଖଟ୍ଟର ଏବଂ ଅନନ୍ୟା ଖୁବ ଷ୍ଟନିଂ ଅନ୍ଦାଜରେ ନଜର ଆସିଛନ୍ତି ।

କହିରଖୁଛୁ ଯେ, ଫିଲ୍ମ ‘ଖାଲି ପିଲି’ର ସେଟ ମୁମ୍ବାଇରେ ହିଁ ପ୍ରସ୍ତୁତ କରାଯାଉଛି । ଫିଲ୍ମରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମଧ୍ୟରେ ରାତିରେ ହୋଇଥିବା ସାକ୍ଷାତ ପରେ ଜୀବନରେ କିପରି ପରିବର୍ତ୍ତନ ହେଉଛି ତାହା ଦର୍ଶାଯିବ ।

ଫିଲ୍ମକୁ ନେଇ ନିର୍ଦ୍ଦେଶକ ମକବୁଲ ଖାନଙ୍କ କହିବାକୁ ଅନୁସାରେ, ‘ମୁଁ ଯୁବ ପ୍ରତିଭାଙ୍କ ସହିତ କାମ ଆରମ୍ଭ କରିବା ପାଇଁ ଖୁବ ଉତ୍ସାହିତ ଅଛି । ’ ‘ସୁଲତାନ’ ଏବଂ ‘ଟାଇଗର ଜିନ୍ଦା ହେ’ ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଲୀ ଅବାସ ଜଫର ଜୀ ଷ୍ଟୁଡିଓଜ ସହିତ ମିଶି ଫିଲ୍ମ ‘ଖାଲି ପିଲି’ର ନିର୍ମାଣ କରିବେ । ୧୧ ସେପ୍ଟେମ୍ବରରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More