Only for Entertainment

ଆଲିଆଙ୍କ ଉପରେ ବର୍ଷିଲେ ପାକିସ୍ତାନୀ ଅଭିନେତ୍ରୀ, ଲଗାଇଲେ ଗୀତ ଚୋରିର ଆରୋପ

aaj tak
51

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ‘ପ୍ରାଡା’ ସଙ୍ଗ ଜରିଆରେ ମ୍ୟୁଜିକ ଭିଡିଓ ଦୁନିଆରେ ପାଦ ଦେଇଛନ୍ତି । ଏହି ଡ୍ୟାନ୍ସ ନମ୍ବରକୁ ଫ୍ୟାନ୍ସଙ୍କ ସହିତ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ପସନ୍ଦ କରିଛନ୍ତି । କିନ୍ତୁ ପାକିସ୍ତାନୀ ଅଭିନେତ୍ରୀ ମେହବିଶ ହୟାତ ପ୍ରାଡା ସଙ୍ଗକୁ ନେଇ ଆଲିଆଙ୍କ ଉପରେ ବର୍ଷିଛନ୍ତି । ମେହବିଶ ବଲିଉଡ ଉପରେ ପାକିସ୍ତାନୀ ଗୀତ ଚୋରି କରିବାର ଆରୋପ ଲଗାଇଛନ୍ତି ।

ମେହବିଶ ଦାବି କରିଛନ୍ତି ଯେ, ଆଲିଆଙ୍କ ଏହି ଗୀତ ପାକିସ୍ତାନୀ ଆଲବମ ‘ବାଇଟଲ ସାଇନ’ର ‘ଗୋରେ ରଙ୍ଗ କା ଜମାନା…’ ସହିତ ମିଶୁଛି । ଦୁଇଟି ଗୀତ ମଧ୍ୟରେ ସମାନତା ଥିବା କଥା ପ୍ରଥମେ ଜଣେ ଟ୍ୱିଟର ୟୁଜର କହିଥିଲେ ।

ଏହା ପରେ ମେହବିଶ ହୟାତ ବଲିଉଡ ଉପରେ ନକଲ କରିବା ଆରୋପ ଲଗାଇ ଟ୍ୱିଟ କରି କହିଥିଲେ- ‘ଏହା ଖୁବ ଆଶ୍ଚର୍ଯ୍ୟ, ଗୋଟିଏ ପଟେ ବଲିଉଡ ପ୍ରତ୍ୟେକ କଥାରେ ପାକିସ୍ତାନକୁ ଗାଳି କରୁଛି, ତିରସ୍କାର କରୁଛି । ଅନ୍ୟ ପକ୍ଷରେ ଲଗାତାର ଆମେ ଗୀତକୁ ଚୋରି କରୁଛି । ଏହା କପି ରାଇଟର ଉଲ୍ଲଙ୍ଘନ ହୋଇଛି ଏବଂ ରୟାଲ୍ଟି ଦେବାରେ ତାଙ୍କୁ କିଛି ଫରକ ପଡୁନାହିଁ ।’

ଏହା ପୂର୍ବରୁ ମଧ୍ୟ ଏହି କପାକିସ୍ତାନୀ ଅଭିନେତ୍ରୀ ଶାହରୁଖ ଖାନଙ୍କ ୱେବ ସିରିଜକୁ ନେଇ ଟ୍ୱିଟ କରିଥିଲେ । କେବଳ ସେତିକି ନୁହେଁ ସେ ଆରୋପ ଲଗାଇଥିଲେ ଯେ ବଲିଉଡ ଏବଂ ହଲିଉଡ ଫିଲ୍ମରେ ପାକିସ୍ତାନର ଛବିକୁ ଖରାପ ଭାବେ ଦର୍ଶା ଯାଉଛି । \n

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More