Only for Entertainment

ବଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି କଶ୍ମୀରର ଶେଷ ରାଣୀଙ୍କ କାହାଣୀ !

60

ଜମ୍ମୁ କାଶ୍ମୀର ଠାରୁ ଆର୍ଟିକଲ ୩୭୦୧ହଟିବା ପରେ ଏବେ ବଲିଉଡ ପ୍ରଡକ୍ସନ ହାଉସ ମିଶି କାଶ୍ମୀରର ଶେଷ ରାଣୀ କୋଟା ରାଣୀଙ୍କ ଉପରେ ଫିଲ୍ମ ବନାଇବା ପାଇଁ ଘୋଷଣା କରିଛନ୍ତି । କୋଟା ରାଣୀ, କାଶ୍ମୀରର ଶେଷ ରାଣୀ ଥିଲେ , ଯିଏ ମୁସଲମାନ ରାଜ୍ୟକୁ ଆସିବା ପୂର୍ବରୁ ଶାସନ କରୁଥିଲେ । କୋଟା ରାଣୀ ତ୍ରୟଦଶ ଶତାଦ୍ଧୀରେ କାଶ୍ମୀରରେ ଶାସନ କରୁଥିଲେ । ତାଙ୍କ ପରେ ବାଦଶାହ ମୀରଙ୍କ ବଂଶଜ ବିଦେଶରୁ ଆସି ଏଠାରେ ଶାସନ କରିବା ଆରମ୍ଭ କରିଥିଲେ ।

କଶ୍ମୀର ଉପରେ ଶାସନ କରୁଥିବା ଶେଷ ହିନ୍ଦୁ ରାଣୀ କୋଟା ରାଣୀଙ୍କ ଜୀବନୀ କାହାଣୀ ଉପରେ ଆଧରିତ ଫିଲ୍ମ ଖୁବ୍‌ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମକୁ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ଓ ମଧୁ ମଣ୍ଟେନା ମିଳିତ ଭାବେ ପ୍ରଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ତ୍ରୟଦଶ ଶତାବ୍ଦୀରେ କଶ୍ମୀରରେ ଶାସନ କରୁଥିବା କୋଟା ରାଣୀ ଜଣେ ସୁନ୍ଦରୀ ମହିଳା ହେବା ସହିତ ଜଣେ ଉତ୍ତମ ଶାସକ ଓ ରଣନୀତିକାର ମଧ୍ୟ ଥିଲେ। ପ୍ରଯୋଜକ ମଧୁ ମଣ୍ଟେନାଙ୍କ କହିବାନୁସାରେ ଆଶ୍ଚର୍ଯ୍ୟର କଥା କଶ୍ମୀରରେ ଶାସନ କରୁଥିବା ଶେଷ ହିନ୍ଦୁ ରାଣୀଙ୍କ ସମ୍ପର୍କରେ ଭାରତୀୟଙ୍କୁ କିଛି ବି ଜଣା ନାହିଁ। କୋଟା ରାଣୀଙ୍କ ତୁଳନା ଇଜିପ୍ଟର କ୍ଲିଓପାଟ୍ରା କିମ୍ବା ଦିଲ୍ଲୀର ସୁଲତାନ ରଜିଆଙ୍କ ସହ କଲେ କୌଣସି ଭୁଲ୍‌ ହେବ ନାହିଁ। ଏବେ କଶ୍ମୀରରେ ଯାହା କିଛି ଦେଖାଯାଉଛି, ତାହାର କେଉଁଠି ନା କେଉଁଠି କୋଟା ରାଣୀଙ୍କ ସହିତ ସମ୍ପର୍କ ରହିଛି ବୋଲି ମଧୁ କହିଛନ୍ତି।

ମଧୁ କହିଛନ୍ତି ଯେ କୋଟା ରାଣୀଙ୍କ ଜୀବନ ବହୁତ ଡ୍ରାମାଟିକ୍‌ ଥିଲା ଓ ସେ ଭାରତର ସବୁଠାରୁ ଉତ୍ତମ ମହିଳା ଶାସକଙ୍କ ମଧ୍ୟରେ ଜଣେ ଥିଲେ। କିନ୍ତୁ ଲଜ୍ଜାର ବିଷୟ ଯେ ଲୋକେ ତାଙ୍କ ବିଷୟରେ କିଛି ବି ଜାଣି ନାହାନ୍ତି। କୋଟା ରାଣୀଙ୍କ ଜୀବନରେ ଅନେକ ଗୁଡ଼ିଏ ଶେଡ୍‌ସ ଥିଲା ଓ ସେ ଭାରତୀୟ ଇତିହାସରେ ସବୁଠାରୁ ବଡ଼ ମହିଳା ଚରିତ୍ର ଥିଲେ। କିନ୍ତୁ ବିଡମ୍ବନାର ବିଷୟ, ଇତିହାସରେ ମଧ୍ୟ ତାଙ୍କ ସମ୍ପର୍କରେ ବିଶେଷ କିଛି ଉଲ୍ଲେଖ ନାହିଁ। ତେଣୁ ତାଙ୍କ ଜୀବନୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ବାୟୋପିକ୍‌ର ଉଦ୍ଦେଶ୍ୟ ବୋଲି ମଧୁ କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More