Only for Entertainment

ସାମ୍ନାକୁ ଆସିଲା ରଣବୀର ସିଂଙ୍କ ହଳଦୀ ସେରେମୋନିର ପ୍ରଥମ ଫଟୋ, ଦେଖନ୍ତୁ ।

DNA India
35

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନଭେମ୍ବର ୧୪, ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଘରେ ବିବାହ ପୂର୍ବରୁ ରିତି ନିତି ଆରମ୍ଭ ହୋଇଯାଇଛି । ନିକଟରେ ସୋସିଆଲ ମିଡିଆରେ ରଣବୀର ସିଂଙ୍କ ହଳଦୀ ସେରେମୋନିର ଫଟୋ ସାମ୍ନକୁ ଆସିଛି । ଫଟୋରେ ରଣବୀର ଗାଲରେ ହଳଦୀ ଲଗାଇଥିବାର ଦେଖିବାକୁ ମିଳିଛି । ଫଟୋରେ ବାଜିରାଓ ନିଜ ପରିଜନଙ୍କ ସହିତ ବହୁତ ଖୁସି ଥିବା ନଜର ଆସିଥିଲେ ।

ranveer

ମାନବ ମଙ୍ଗଳାନୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଫଟୋରେ ରଣବୀର ନିଜ ପରିଜନଙ୍କ ସହିତ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି । ରଣବୀରଙ୍କ ଗାଲରେ ହଳଦୀ ଏବଂ ମଥାରେ ତିଳକ ମଧ୍ୟ ନଜର ଆସିଛି ଏବଂ ଘରକୁ ଫୁଲରେ ସଜା ହୋଇଛି ।

deepika-padukone

ନିକଟରେ ଦୀପିକାଙ୍କ ଘରେ ମଧ୍ୟ ବିବାହ ପୂର୍ବର ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାରେ ଦୀପିକା ନାରଙ୍ଗୀ ଆଉଟଫିଟରେ ନଜର ଆସିଥିଲ । ଆପଣଙ୍କୁ କହିରଖୁଛୁ ଯେ, ଦୁହେଁ ଇଟାଲୀରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More