Only for Entertainment

ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ହନି ସିଂ ।

33

ରାପର ହନି ସିଂଙ୍କୁ ନୋଟିସ ଜାରି କରିଛନ୍ତି ମହିଳା ଆୟୋଗ | ଡିସେମ୍ବର ମାସରେ ହନି ସିଂଙ୍କର ଗୀତ ‘ମଖନା’ ରିଲିଜ ହୋଇଥିଲା | ଏଥିରେ ମହିଳାଙ୍କୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରାଯାଇଥିବା ନେଇ ମହିଳା ଆୟୋଗ ନୋଟିସ ଜାରି କରିଛନ୍ତି |

ପଞ୍ଜାବ ମହିଳା ଆୟୋଗର ଅଧ୍ୟକ୍ଷା ମନୀଷା ଗୁଲାଟି କହିଛନ୍ତି ଯେ ଏହି ଗୀତରେ ମହିଳାଙ୍କ ଚରିତ୍ରକୁ ନେଇ ବିବାଦୀୟ ଟିପ୍ପଣୀ ହନି ଦେଇଛନ୍ତି | ତେଣୁ ତାଙ୍କୁ ନୋଟିସ ପଠାଯାଇ ଜବାବ ମଗାଯାଇଛି | ଏଠାରେ ସୂଚନା ଥାଉ କି କିଛି ଦିନ ଧରି ନିରବ ରହିବା ପରେ ହନି ଡିସେମ୍ବର ୨୧ ତାରିଖରେ ନିଜର ଗୀତ ‘ମଖନା’ ସହ ଫେରିଥିଲେ |

ଏହି ଗୀତକୁ ବହୁତ ଲୋକ ପସନ୍ଦ କରିଥିଲେ | ୟୁଟ୍ୟୁବରେ ଲକ୍ଷ ଲକ୍ଷ ଥର ଏହି ଗୀତକୁ ଦର୍ଶକ ଦେଖିସାରିଲେଣି | ପୂର୍ବରୁ ମଧ୍ୟ ହନିଙ୍କ ଗୀତକୁ ନେଇ ବିଭିନ୍ନ ମହିଳା ସଂଗଠନ ବାରମ୍ବାର ଆପତ୍ତି ଉଠାଇଛନ୍ତି | ମହିଳାଙ୍କ ଅଧିକାରକୁ ନେଇ ସ୍ଵର ଉଠାଉଥିବା ସମାଜସେବୀମାନେ ଅଭିଯୋଗ କରିଛନ୍ତି ଯେ ହନି ମହିଳାଙ୍କୁ ନେଇ ତାଙ୍କ ଗୀତରେ ଦ୍ବିଅର୍ଥବୋଧକ ଶବ୍ଦ ବ୍ୟବହାର କରନ୍ତି |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More