Only for Entertainment

ଚର୍ଚ୍ଚାକୁ ଆସିଲା ଆଉ ଏକ ଖବର, ପୁଣିଥରେ ବିବାହ କରିବେ ବିରାଟ ଓ ଅନୁଷ୍କା

the indian express
0 42

ବହୁ ଚର୍ଚ୍ଚିତ ଯୋଡ଼ି ବିରାଟ ଏବଂ ଅନୁଷ୍କାଙ୍କ ବିବାହ ୨୦୧୭ରେ ଖୁବ ଧୁମ ମଚାଇଥିଲା । ଯାହା ସିନେ ଇଣ୍ଡଷ୍ଟ୍ରିରେ ଏକ ଇତିହାସ ସୃଷ୍ଟି କରିଛି ନିଶ୍ଚୟ । କିନ୍ତୁ ଏହି ବିବାହ ସମସ୍ତଙ୍କ ଅଜ୍ଞାତରେ ସମ୍ପନ୍ନ ହୋଇଥିଲା, ଯେଉଁଥିରେ ତାଙ୍କର ଖୁବ କମ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । କାରଣ ଏ ବିବାହ ଏତେ ଗୁପ୍ତ ଭାବରେ ହୋଇଥିଲାଯେ ବିରାଟ ଏବଂ ଅନୁଷ୍କାଙ୍କ ଅଧିକାଂଶ ସମ୍ପର୍କୀୟ ବିବାହ ସପାପ୍ତ ହେବାପରେ ଏହି ବିବାହ ବିଷୟରେ ସୂଚନା ପାଇଥିଲେ । ଖବର ଅନୁଯାୟୀ ଏହି ଦୁଇ ଜଣଙ୍କ ବିବାହରେ ଏଭଳି କିଛି ଭୁଲ ହୋଇଛି ଯେଉଁ କାରଣରୁ ଦୁଇଜଣଙ୍କୁ ପୁନର୍ବାର ବିବାହ କରିବାକୁ ପଡ଼ିବ । ବାସ୍ତବରେ ବିରାଟ ଏବଂ ଅନୁଷ୍କା ଅନ୍ୟ ଏକ ଅଂଚଳରେ ବିବାହ କରିଥିଲେ ସତ୍ୟ କିନ୍ତୁ ଏହା ବିଷୟରେ ରୋମ ସ୍ଥିତ ଭାରତୀୟ ଦୂତାବାସଙ୍କୁ ଖବର ମିଳିନଥିଲା ।

ଦୁଇଜଣଙ୍କ ବିବାହର ରେଜିଷ୍ଟ୍ରେସନରେ ଅସୁବିଧା ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଏଭଳି ହେଲେ ଦୁଇଜଣଙ୍କ ବିବାହ ପୁନର୍ବାର ହୋଇପାରେ । ପଂଜାବ ହରିୟାଣା ହାଇକୋର୍ଟର ଓକିଲ ଏବଂ ଅମ୍ବାଲା ନିବାସୀ ହେମନ୍ତ କୁମାରଙ୍କ ଦ୍ୱାରା ବିଦେଶ ମନ୍ତ୍ରାଳୟରେ ୧୩ ଡିସେମ୍ବରକୁ ଏକ ଆରଟିଆଇ ଲାଗୁ ହୋଇଛି । ତେଣୁ ୪ ଜାନୁୟାରୀକୁ ରୋମ ସ୍ଥିତ ଭାରତୀୟ ଦୂତାବାସ ଏକ ଉତ୍ତର ଦେଇଛନ୍ତି । ତାଙ୍କ କହିବା ଅନୁସାରେ ବିରାଟ ଏବଂ ଅନୁଷ୍କା ନିୟମାନୁସାରେ ନିଜ ବିବାହ ବିଷୟରେ ଇଟାଲୀ ସ୍ଥିତ ଭାରତୀୟ ଦୂତାବାସର ମ୍ୟାରେଜ ଅଫିସରଙ୍କୁ ଏହି ବିଷୟରେ ସୂଚନା ଦେଇନଥିଲେ ।
ଏକ ମିଡିଆ ରିପୋର୍ଟ ଅନୁସାରେ ହେମନ୍ତ କୁମାର କହିଛନ୍ତିଯେ ନିୟମାନୁଯାୟୀ ଯଦି

କୌଣସି ଭାରତୀୟ ବ୍ୟକ୍ତି ଭିନ୍ନ ଦେଶରେ ବିବାହ କରନ୍ତି ତେବେ ବିଦେଶ ବିବାହ ଅଧିନିୟମ ୧୯୬୯ ଅନୁସାରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିଥାଏ । କିନ୍ତୁ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ଅଧିନିୟମ ଅନୁସାରେ ସମ୍ପନ୍ନ ହୋଇନାହିଁ । ତେଣୁ ଦୁଇଜଣ ଯେଉଁଦେଶରେ ରହିବେ ସେହି ସ୍ଥାନରେ ବିବାହ ରେଜିଷ୍ଟ୍ରେସନ ପାଇଁ ଦୁଇଥର ବିବାହ କରିବାକୁ ପଡ଼ିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More