ସିଦ୍ଧାର୍ଥ ଶୁକ୍ଳା-ଆସୀମ ରିୟାଜଙ୍କ ସାମ୍ନାରେ ଫିକା ପଡ଼ିଲେ ପାରସ ଛାବ୍ରା, କାମ ଦେଲା ନାହିଁ ଲଭ ଫର୍ମୁଲା
ବିଗବସ ୧୩ରେ ନିଜକୁ ସଂସ୍କାରୀ ପ୍ଲେ ବଏ କହି ପ୍ରମୋଟ କରିଥିବା ପାରସ ଛାବ୍ରା ଗେମରେ ପଛରେ ପଡ଼ି ଯାଇ ଥିବାର ନଜର ଆସିଛି । ଶୋ’ରୁ ସିଦ୍ଧାର୍ଥ ଦେ ଏବଂ ଅବୁ ମଲ୍ଲିକ ତ ବାହାରି ଯାଇଛନ୍ତି, କିନ୍ତୁ ଏବେ ପାରସଙ୍କ କମ୍ପିଟିସନ ସିଦ୍ଧାର୍ଥ ଶୁକ୍ଳା ଏବଂ ଆସୀମ ରିୟାଜଙ୍କ ସହିତ ।
ରିଆଲିଟି ଶୋ ସ୍ପ୍ଲିଟସଭିଲାରେ ବିଜେତା ହୋଇଥିବା ପାରସ ଛାବ୍ରାଙ୍କୁ ପ୍ରଥମେ ଷ୍ଟ୍ରଙ୍ଗ ଖେଳାଳୀ ଭାବରେ ଦେଖିବାକୁ ମିଳିଥିଲା । କିନ୍ତୁ ବଢୁଥିବା ସପ୍ତାହ ସହିତ ପାରସଙ୍କ ଗେମ କମଜୋର ହୋଇ ପଡ଼ୁଥିବା ନଜର ଆସିଛି । କିନ୍ତୁ ଲଭରବଏ ହୋଇ ଗେମ ଖେଳିବାକୁ ଚାହୁଁଥିବା ପାରସଙ୍କ ଷ୍ଟ୍ରାଟେଜୀ ତାଙ୍କ ଉପରେ ବ୍ୟାକଫାୟାର କରିଛି । ପ୍ରଥମେ ସେ ଶେହନାଜ ଏବଂ ପରେ ମାହିରାଙ୍କ ସହିତ କନେକ୍ସନ କରିବାକୁ ଚାହୁଁଥିଲେ । କିନ୍ତୁ ପରେ ଅନ୍ୟ କାହା ସହିତ ତାଙ୍କ ଲଭ ଫର୍ମୁଲା କାମ ଦେଲା ନାହିଁ । ତେବେ ଲଭ ଫର୍ମୁଲା ପକାଇ ୱିନର ହେବାକୁ ଚେଷ୍ଟା କରୁଥଲେ ପାରସ । କିନ୍ତୁ ଏବେ ଏହା ନ ହେବା ଭଳି ନଜର ଆସୁଛି ।