Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ ଲେୟର କେକ୍ !

27

ଆବଶ୍ୟକ ସାମଗ୍ରୀ:
ମଇଦା – ୬ ଚାମଚ(ବଡ),

ବଟର- ୪ ଚାମଚ(ବଡ)( ବଜାରରେ ମିଳୁଥିବା ) କାସଟର୍ ସୁଗାର- ୫ ଚାମଚ(ବଡ),

ଅଣ୍ଡା- ୩ଟା,

କୋକୋ ପାଉଡର-୧/୨ ଚାମଚ(ବଡ),

ବେକିଙ୍ଗ ପାଉଡର- ୩ ଚାମଚ(ଛୋଟ),

ଭ୍ୟାନିଲା ଏସଏନସ୍- ୨ ଚାମଚ (ଛୋଟ),

କ୍ଷୀର- ୧ ଚାମଚ (ବଡ)।

ପ୍ରସ୍ତୁତି ପ୍ରଣାଳୀ:

ବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।

କୋକୋ ପାଉଡର, ମଇଦା ଓ ବେକିଙ୍ଗ ପାଉଡରକୁ ଏକାଠି ମିଶାଇ ରଖନ୍ତୁ । ପୂର୍ବରୁ ଫେଣ୍ଟି ରଖିଥିବା ଅଣ୍ଡା ମିଶ୍ରଣରେ ମଇଦାକୁ ଗୋଟେ ଗୋଟେ ଚାମଚ ପକାଇ ଭଲ ଭାବରେ ଗୋଳାନ୍ତୁ ।

ମିଶ୍ରଣ ନରମ ଓ ହାଲକା ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଶେଷରେ ୧ ଚାମଚ କ୍ଷୀର ମିଶାଇ ଗୋଳାନ୍ତୁ । ବର୍ତ୍ତମାନ ଭ୍ୟାନିଲା ଏସ୍ଏନସ୍ ପକାଇ ଗୋଳାଇ ରଖନ୍ତୁ ।

ଗୋଟିଏ ଗୋଲାକାର ପାତ୍ରରେ ବଜାରରେ ମିଳୁଥିବା ବଟର ପେପର ଦେଇ ସେଥିରେ ବଟର ଲଗାଇ କେକ୍ ମିଶ୍ରଣକୁ ଧିରେ ଧିରେ ଢାଳନ୍ତୁ । ଓଭାନ ଗରମ କରି ୩୫୦ ଡିଗ୍ରି ସେଣ୍ଟିଗ୍ରେଡ୍ ରେ ୨୫ ମିନିଟ୍ ବେକ୍ କରନ୍ତୁ । କେକ୍ ହୋଇଗଲେ ଓଭାନରୁ କାଢି ଥଣ୍ଡା କରନ୍ତୁ ।
ଗୋଟିଏ ପ୍ଲେଟ୍ ରେ ପାତ୍ରଟିକୁ ଓଲାଟାଇ ଦିଅନ୍ତୁ । କେକ୍ ଉପରୁ ବଟର ପେପରକୁ କାଢି କେକ୍ ର ମଝିଭାଗରୁ କାଟି ଗୋଟିଏ ପରସ୍ତ କାଢି ଅନ୍ୟ ଏକ ପ୍ଲେଟ୍ ର ରଖନ୍ତୁ ।

କ୍ରିମ୍ ଓ ବଟରକୁ ଏକାଠି ଫେଣ୍ଟି କେକ୍ ଉପରେ ଲଗାଇ ଦେଇ କାଟି ରଖିଥିବା ଅନ୍ୟ ଭାଗଟିକୁ ତାଉପରେ ରଖି ଆଇସିଙ୍ଗ ସୁଗାରରେ ସଜାଇ ପରିବେଷଣ କରନ୍ତୁ ଚକଲେଟ୍ ଲେୟାର କେକ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More