Only for Entertainment

ଏହି ଦିଗକୁ ପାଦ କରି ଶୋଇଲେ ମିଳିଥାଏ ଏକାଧିକ ଲାଭ ।

punjabkesari
172

ଆମ ଧାର୍ମିକ ଗ୍ରନ୍ଥରେ ଜୀବନ ବଂଚିବାକୁ ନେଇ ବିଭିନ୍ନ କଥା ଉଲ୍ଲେଖ ରହିଛି । ସେହି ନିୟମକୁ ଆପଣାଇ ବ୍ୟକ୍ତି ଜୀବନରେ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିପାରିବ । ଗ୍ରନ୍ଥରେ ଶୋଇବାର ସ୍ଥିତିକୁ ନେଇ ମଧ୍ୟ କିଛି ଖାସ କଥା ଉଲ୍ଲେଖ ରହିଛି, ଯାହାର ଧ୍ୟାନ ସମସ୍ତଙ୍କୁ ରଖିବା ଉଚିତ । କୁହାଯାଏ ଯେଉଁ ମଣିଷ ଏହାକୁ ଧ୍ୟାନ ଦିଏ ନାହିଁ ତାକୁ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଧନ ସମ୍ବଦ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଏ । ଅନ୍ୟ ପକ୍ଷରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛିଯେ ଶୋଇବା ସମୟରେ କେବେ ମଧ୍ୟ ପାଦକୁ ଦ୍ୱାରବନ୍ଧ ପାଶ୍ୱର୍କୁ ରଖିବା ଅନୁଚିତ । ଏହା ଦ୍ୱାରା ମା ଲକ୍ଷ୍ମୀ ଘରକୁ ଆସିପାରନ୍ତି ନାହିଁ । ଏହିଭଳି କଥା ଅନ୍ୟ ଧର୍ମ ଗ୍ରନ୍ଥ ମାନଙ୍କରେ ମଧ୍ୟ କୁହାଯାଇଛି ।

ବିଷ୍ଣୁ ପୁରାଣ ଅନୁସାରେ ଶୋଇବା ସମୟରେ ପଶ୍ଚିମ କିମ୍ବା ଉତ୍ତର ଦିଗକୁ ପାଦ କରି ଶୋଇବା ଅନୁଚିତ । ଏହା ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ ।

ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛିଯେ ଖାଇ ସାରି ମୁହଁ ନ ଧୋଇ ଶୋଇବା ଅନୁଚିତ । ଏହା ଦ୍ୱାରା ରୋଗ ହୋଇଥାଏ ଏବଂ ଦରିଦ୍ରତା ବଢିଥାଏ ।

ମନୁସ୍ମୃତିରେ କୁହାଯାଇଛିଯେ, ଓଦା ପାଦରେ ଶୋଇବା ଅନୁଚିତ । ଏହା ଦ୍ୱାରା ମା ଲକ୍ଷ୍ମୀ ଅରାଜି ହୋଇଯାନ୍ତି ।

କୁହାଯାଏ ଶୋଇବା ସମୟରେ ମୁହଁରେ ପାନ କିମ୍ବା ଅନ୍ୟ କୌଣସି ଜିନିଷ ରଖି ଶୋଇବା ଅନୁଚିତ । ଏହା ସହିତ ମୁହଁରେ ତିଲକ କିମ୍ବା ବିନ୍ଦି ଯଦି ଲାଗିଥାଏ, ତାହାକୁ ବାହାର କରିଦେବା ଉଚିତ । ଟୋପି କିମ୍ବା ପଗଡ଼ି ପିନ୍ଧି ଶୋଇବା ଅନୁଚିତ । ଏହା ଦ୍ୱାରା ନକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।

ଏହା ମଧ୍ୟ କୁହାଯାଏ ଯେ ବ୍ୟକ୍ତି ବିନା କପଡ଼ାରେ ଶୋଇବା ଅନୁଚିତ । ଏହା ଦ୍ୱାରା ଦୋଷ ଲାଗିଥାଏ ଏବଂ ଦରିଦ୍ରତା ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More