Only for Entertainment

Arnold Schwarzeneggerଙ୍କୁ ମୃତ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ହଲିଉଡ ଷ୍ଟାର ଦେଲେ କଡା ଜବାବ

latestly
1,474

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ଭାଷଣରେ ହଲିଉଡର ପ୍ରସିଦ୍ଧ ଅଭିନେତା ଅର୍ନୋଲ୍ଡ ଶ୍ୱାଜନେଗରଙ୍କୁ ମୃତ ଘୋଷଣା କରିଛନ୍ତି । େôଡାନାଲ୍ଡ ଟ୍ରମ୍ପଙ୍କ ଏହି ଭାଷଣ ନା କେବଳ ଅର୍ନୋଲ୍ଡ ବରଂ ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ଅର୍ନୋଲ୍ଡ ଏହି ବିଷୟରେ ଜାଣିବା ପରେ ଟ୍ୱିଟ କରି ଟ୍ରମ୍ପଙ୍କୁ ଏହାର କଡା ଜବାବ ଦେଇ କହିଛନ୍ତି ସେ ଏବେ ଜୀବିତ ଅଛନ୍ତି ।

ୱାଇଟ ହାଉସ କରେସ୍ପୋଡେଂଟ ହଣ୍ଟର ୱାଲକର ଟ୍ୱିଟ କରି କହିଛନ୍ତି, ‘ଆପଣ ଜାଣିଛନ୍ତି କି ?’ ଅର୍ନୋଲ୍ଡ ଶ୍ୱାଜନେଗରଙ୍କ ନିଧନ ହୋଇଯାଇଛି । ମୁଁ ସେଠାରେ ଥିଲି- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ”

ହଣ୍ଟର ଆଗକୁ ଲେଖିଥିଲେ, ‘ରାଷ୍ଟ୍ରପତି ଅପରେଣ୍ଟିସ ରେଟିଂସ ବିଷୟରେ କହୁଥିଲେ ଯେବେ ସେ କହିଥିଲେ ଶ୍ୱାଜନେଗରଙ୍କ ନିଧନ ହୋଇଯାଇଛି । ରିଅଲ ଲାଇଫ ଏବଂ ଡେଥ ଷ୍ଟଫ ।’ ହଣ୍ଟରଙ୍କ ଟ୍ୱିଟରେ ମଧ୍ୟ ଅର୍ନୋଲ୍ଡ ଜବାବ ଦେଇ କହିଥିଲେ ମୁଁ ଏପର୍ଯ୍ୟନ୍ତ ଜୀବିତ ଅଛି ।

ଅର୍ନୋଲ୍ଡ ଟ୍ରମ୍ପଙ୍କ ଏହି ବୟାନ ପାଇଁ ତାଙ୍କୁ କଡା ଜବାବ ଦେଇ ଟ୍ୱିଟ କରି ଲେଖିଥିଲେ, ‘ମୁଁ ଏବେ ବି ଏଠାରେ ଅଛି । ଏବେ ଆପଣ ଟ୍ୟାକ୍ସ ରର୍ଟନ କମ୍ପୟାର କରିବାକୁ ଚାହିଁବେ ଡୋନାଲ୍ଡ ଟ୍ରମ୍ପ ?’

କହିରଖୁଛୁ ଯେ, ଟ୍ରମ୍ପ ଏବଂ ଅର୍ନୋଲ୍ଡଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ୨୦୧୬ ନିର୍ବାଚନ ସମୟରେ ଅର୍ନୋଲ୍ଡ କହିଥିଲେ, ସେ ଟରମ୍ପଙ୍କୁ ଭୋଟ ଦେବେ ନାହିଁ । ସେବେଠାରୁ ଦୁହିଁଙ୍କ ମଧ୍ୟରେ ମେନୋମାଳିନ୍ୟ ଆରମ୍ଭ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More