Only for Entertainment

କେବଳ ମା’ ନିତୁ ନୁହଁନ୍ତି ବରଂ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମାଙ୍କୁ ମଧ୍ୟ ପସନ୍ଦ ଆଲିଆ, ଦେଲେ ଏହି ଖାସ ଉପହାର

India Forums
0 40

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସମ୍ପର୍କ ଏବେ ନୂଆ ନୂଆ । ଏହା ଆମେ ନୁହେଁ ଖୋଦ ରଣବୀର କହିଛନ୍ତି । ଦୁହିଁଙ୍କ ଏହି ସମ୍ପର୍କକୁ ପରିବାରର ସହମତି ମିଳୁଥିବା ଦେଖିବାକୁ ମିଳିଛି । ନିକଟରେ ଋଷି କପୁର ଟୁଇଟ କରି ଭଟ୍ଟ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ରଣବୀରଙ୍କ ମା’ ଅଭିନେତ୍ରୀ ନିତୁ କପୁର ମଧ୍ୟ ଆଲିଆଙ୍କ ଇଂଷ୍ଟାଗ୍ରାମ ଫଟୋରେ କମେଣ୍ଟ କରୁଥିବା ଦେଖିବାକୁ ମିଳିଥାଏ ।

gift

ଏହା ପରେ ଏବେ ରଣବୀରଙ୍କ ଭଉଣୀ ଏବଂ ଆଲିଆଙ୍କ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଛି । ନିକଟରେ ରଣବୀରଙ୍କ ଭଉଣୀ ରିଦ୍ଧିମା କପୁର ସାହନୀ ଆଲିଆଙ୍କୁ ଏକ ଡାଇମଣ୍ଡ ବ୍ରେସଲେଟ ଗିଫ୍ଟ କରିଛନ୍ତି । ଆଲିଆ ରିଦ୍ଧିମାଙ୍କ ଏହି ଖାସ ଗିଫ୍ଟର ଫଟୋ ଇଂଷ୍ଟାଗ୍ରାମ ଷ୍ଟୋରୀରେ ରଖିଥିବାର ଦେଖିବାକୁ ମିଳିଥିଲା । ଆଲିଆ ଏହି ଉପହାର ପାଇଁ ରିଦ୍ଧିମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଧନ୍ୟବାଦ ଜଣାଇ ସେ ଲେଖିଛନ୍ତି, ‘ଖୁବ ସୁନ୍ଦର ଧନ୍ୟବାଦ ରିଦ୍ଧିମା କପୁର ସାହନୀ ଏହି ବ୍ରେସଲେଟ ପାଇଁ । ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More